କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ହ୍ରାସ ପାଉଛି : ତା’ ସହିତ ୯ ହଜାର ତଳକୁ ଖସିଛି ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ନିମ୍ନଗାମୀ ହେବାରେ ଲାଗିଛି । ତା’ ସହିତ ୯ ହଜାର ତଳକୁ ଖସିଛି ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ରାଜ୍ୟରେ ସମୁଦାୟ ୮୮୧୮ ଜଣ ମାତ୍ର ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି । ଗତ ୨୪ ଘଂଟାରେ ଓଡ଼ିଶାରେ ୮୬୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୫୦୨ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୩୬୬ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୧, ବାଲେଶ୍ୱରରୁ ୫୨, ବରଗଡ଼ରୁ ୨୬, ଭଦ୍ରକରୁ ୬, ବଲାଙ୍ଗିରରୁ ୩୬, ବୌଦ୍ଧରୁ ୪, କଟକରୁ ୬୫, ଦେବଗଡ଼ରୁ ୯, ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଂଜାମରୁ ୨୫, ଜଗତସିଂହପୁରରୁ ୩୮, ଯାଜପୁରରୁ ୩୧, ଝାରସୁଗୁଡ଼ାରୁ ୨୨, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୩୯, କେଉଁଝରରୁ ୧୯, ଖୋର୍ଦ୍ଧାରୁ ୧୦୨, କୋରାପୁଟରୁ ୧୫, ମାଲକାନଗିରିରୁ ୩, ମୟୁରଭଂଜରୁ ୪୬, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୫, ନୂଆପଡ଼ାରୁ ୩୩, ପୁରୀରୁ ୩୦, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୨୨, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୮୨, ଷ୍ଟେଟ୍‌ ପୁଲ୍‌ ୨୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.