pakka

ରୁକୁଣା ରଥ ନିର୍ମାଣ ପାଇଁ ରହିବନି କାଠ ସମସ୍ୟା : ନୟାଗଡ଼ ଡିଏଫ୍‌ଓ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ପାଇଁ କୌଣସି ପ୍ରକାର କାଠର ଅଭାବ ରହିବ ନାହିଁ । ସବୁ କାଠ ଠିକଣା ସମୟରେ ପହଞ୍ଚିବ । ପ୍ରଥମ ପର୍ଯ୍ୟାୟରେ ଆମ୍ବ କାଠ ୯ଟି ଲଗ ପଠାଯାଇଛି । ସେହିପରି ଏବେ ମହି ୨ଟି, ସିମିଳି ୫ଟି, କୁମ୍ଭୀ ଓ ଢଉରା ୫ଟି, ଶାଳ ୩ଟି ଓ ତେନ୍ତୁଳି ୨ଟି ଲଗ ମଧ୍ୟ ଖୁବ ଶୀଘ୍ର ପଠାଯିବ ବୋଲି ନୟାଗଡ଼ ଡିଏଫ୍‌ଓ ଚିଠିରେ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରିଛନ୍ତି ।

ଚିଠିରେ ଉଲ୍ଲେଖ ରହିଛି ସମସ୍ତ କାଠ ନୟାଗଡ଼ ଜିଲ୍ଲା ମହିପୁର, ଦଶପଲ୍ଲା ଏବଂ ଓଡଗାଁ ରେଞ୍ଜରୁ ସଂଗ୍ରହ କରାଯାଇଛି । କାଠର ଅବଶ୍ୟକତା ନେଇ ଟ୍ରଷ୍ଟବୋର୍ଡ ସଦସ୍ୟ ଅବନୀକାନ୍ତ ପଟ୍ଟନାୟକ ମଧ୍ୟ ଡିଏଫଓଙ୍କ ସହିତ ଟେଲିଫୋନ ଯୋଗେ ସୋମବାର ସନ୍ଧ୍ୟାରେ ଆଲୋଚନା କରିଥିଲେ । ତେଣୁ କାଠ ଅଭାବଜନିତ ଆଶଙ୍କା ଏକପ୍ରକାର ଦୂର ହୋଇଥିବା ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.

5 × 3 =