jsm

ଡଙ୍ଗରିପଡା ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

csstore

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ ରିସଗାଁ ପଞ୍ଚାୟତ ଡଙ୍ଗରିପଡା ସ୍କୁଲରେ ଭବାନୀପାଟଣା ୱାରିଅର ଓ ନେହେରୁ ଯୁବକେନ୍ଦ୍ର ସଂଗଠନ କଳାହାଣ୍ଡି ମିଳିତ ଉଦ୍ୟମରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଦୁଇଟି ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇ ସ୍କୁଲ ପରିସରରେ ବୃକ୍ଷରୋପଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ରିସିଗାଁ ସରପଞ୍ଚ ଶ୍ରୀମତୀ ବିନୋଦିନୀ ବେହେରା ଯୋଗ ଦେଇ ବୃକ୍ଷର ମହତ୍ୱ ଓ ଗଛ କାହିଁକି ରୋପଣ କରିବା ସେହି ବିଷୟରେ ସମସ୍ତଙ୍କୁ ବୁଝେଇ ବୃକ୍ଷ ରୋପଣ କରିଥିବା ବେଳେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମିନା କୁମାରୀ ସାହୁ, ସହ ଶିକ୍ଷୟତ୍ରୀ ଶୈଳବାଲିନି ପଟ୍ଟନାୟକ, ବିରୋଜିନୀ ହର ପ୍ରମୁଖ ଉପସ୍ଥିତ ରହି ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଦୁଇଟି ସଂଗଠନର ସ୍ୱେଚ୍ଛାସେବୀମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏଥିରେ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା, ରାଜେଶ ଗୌଡ଼, ପ୍ରତାପ ସାହୁ, ପ୍ରେମଲାଲ ବାଗ, କିରଣ କୁମାର ବିଶି, କବି ନାଏକ, ରୁଦ୍ର ବେହେରା, ଶୁଭମ ବେହେରା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରି ଗଛକୁ ସୁରକ୍ଷା ଦେବାପାଇଁ ଶପଥ ପାଠ କରିଥିଲେ ।

yuvodaya
Leave A Reply

Your email address will not be published.