pakka

ଲୋକ କଳା ଗ୍ରାମ କୁମ୍ଭାରୀରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲୋକ କଳା ଗ୍ରାମ କୁମ୍ଭାରୀରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ/ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ଆମ ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବାକୁ ସରକାରୀ ସ୍ତରୀୟ ଉଦ୍ୟମକୁ ପ୍ରଶଂସା କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରପାଲି ପଞ୍ଚାୟତ ସମିତିର ଅଧ୍ୟକ୍ଷ କିଶୋର ଦଫାଦାର, ସ୍ଥାନୀୟ ସରପଞ୍ଚ ରଜନୀ କରତି, ସମିତି ସଭ୍ୟା ଲୟା ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାକୁ ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିବା ବେଳେ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଅମୃତ ବାରିକ ଏବଂ କେତନ ସାହୁ ସଭା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

ଏହି ଅବସରରେ କୁମ୍ଭାରୀ ଗ୍ରାମର ମହିଳା ମାନଙ୍କ ମଧ୍ୟରେ ଝୋଟି, ଚିତା, ହୁଳହୁଳି, ଗୃହ ସଫେଇ, ଲକ୍ଷ୍ମୀ ପୁରାଣ/ଭାଗବତ ପଠନ, ପିଠା ପଣା, ଓଡ଼ିଆଣୀ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାର କୃତି ପ୍ରତିଯୋଗୀଙ୍କୁ ଉତ୍ସବରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ଶବ୍ଦ ନୃତ୍ୟ, ଦଣ୍ଡ ନୃତ୍ୟ ଏବଂ ସଂକିର୍ତ୍ତନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

jay balangir
Leave A Reply

Your email address will not be published.

19 − 3 =

error: Content is protected !!