pakka

ସିଦ୍ଧୁ ପାକିସ୍ତାନ ଯାଇ ଇମ୍ରାନ ଖାନଙ୍କୁ କହିଲେ ‘ବଡ ଭାଇ’, ଚର୍ଚ୍ଚା ଜୋର୍‌ ଧରିଛି : ଭିଡିଓ ସେୟାର କରି ବୋବାଲ୍‌ କଲା ବିଜେପି

bbehera

ନୂଆଦିଲ୍ଲୀ : କରତାର୍‌ପୁର ସାହିବ ଗୁରୁଦ୍ୱାର ଗସ୍ତରେ ପାକିସ୍ତାନରେ ପହଞ୍ଚିଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ କଥା ଉପରେ ରାଜନୀତି ମାହୋଲ୍‌ ଏବେ ତୀବ୍ର ହୋଇଛି । ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ‘ବଡ଼ ଭାଇ’ ବୋଲି ସଂବୋଧନ କରିଛନ୍ତି । ଏହା ପରେ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି । ସିଦ୍ଧୁଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ପାର୍ଟି ସିଦ୍ଧୁଙ୍କୁ ଘେରାଇଥିବା ଜଣାପଡ଼ିଛି । କରତାର୍‌ପୁର ସାହିବ କରିଡର ଖୋଲିବା ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉଦ୍ୟମ ହେତୁ ଏହା ସମ୍ଭବ ହୋଇଛି ।

ବିଜେପି ନେତା ଅମିତ ମାଲଭିୟା ସିଦ୍ଧୁଙ୍କ ଏକ ଭିଡିଓ ନିଜ ଟ୍ୱିଟରରେ ସେୟାର କରିଛନ୍ତି । ଏହି ଭିଡିଓକୁ ଟ୍ୱିଟ୍ କରି ଅମିତ ମାଲଭିୟା କଂଗ୍ରେସକୁ କଟାକ୍ଷ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପ୍ରିୟ ନବଜୋତ ସିଂ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ବଡ଼ ଭାଇ ବୋଲି କହିଛନ୍ତି । ବିଗତ ସମୟରେ ପାଇଁ ସେ ପାକିସ୍ତାନୀ ସେନାର ମୁଖ୍ୟ ଜେନେରାଲ ବାଜୱାଙ୍କୁ ଆଲିଙ୍ଗନ କରି ତାଙ୍କୁ ବହୁତ ପ୍ରଶଂସା କରିଥିଲେ ।

jay balangir
Leave A Reply

Your email address will not be published.

ten + 4 =

error: Content is protected !!