pakka

ଜିପିଡ଼ିପି ପାଇଁ ଜନ ଯୋଜନା ଅଭିଯାନ କର୍ମଶାଳା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଗୁଡିକ ଲୋକାଭିମୁଖୀ ଓ ସାମାଜିକ ନ୍ୟାୟ, ଆର୍ଥିକ ବିକାଶ, ଜନ ଉପଯୋଗୀ ଯୋଜନା ପ୍ରସ୍ତୁତି କରବା ନେଇ ଶନିବାର ଡେଲାଙ୍ଗ ପଞ୍ଚାୟତ ସମିତି କାର୍ୟ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଜନ ଯୋଜନା ଅଭିଯାନ (ପିପିସି) କର୍ମଶାଳା ଅନୁଷ୍ଟିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କର୍ମଶାଳା ରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ପଞ୍ଚାୟତ ସମ୍ପସାରଣ ଅଧିକାରୀ ରତିକାନ୍ତ ସାହୁ, ବିପିଏମ ପ୍ରମୋଦୀନ ବେହେରା ଓ ଜଳ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସ୍ଵାଗତୀକା ପ୍ରଧାନ ପ୍ରମୁଖ ଯୋଗଦେଇ ୧ମ- ଯୋଜନା -ଦାରିଦ୍ର୍ୟ ମୁକ୍ତ ଓ ଉନ୍ନତ ଜୀବିକା ଥିବା ଗ୍ରାମ ପଞ୍ଚାୟତ, ୨- ସୁସ୍ଥ ଗ୍ରାମ ପଞ୍ଚାୟତ, ୩-ଶିଶୁ ଅନୁକୂଳ ଗ୍ରାମପଞ୍ଚାୟତ, ୪-ପର୍ୟ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମପଞ୍ଚାୟତ, ୫-ସବୁଜ ଓ ସ୍ଵଛ ଗ୍ରାମପଞ୍ଚାୟତ, ୬-ଆତ୍ମନିର୍ଭରଶିଳ ଭିତିଭୂମି ଥିବା ଗ୍ରାମପଞ୍ଚାୟତ, ୭-ସାମାଜିକ ଭାବେ ସୁରକ୍ଷିତ ଗ୍ରାମ ପଞ୍ଚାୟତ, ୮-ସୁଶାସନ ଗ୍ରାମପଞ୍ଚାୟତ, ୯- ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଉପରେ କରିଥିଲେ। ଏହି କର୍ମଶାଳା ରେ ବ୍ଲକର ମୋଟ ୨୧ଗ୍ରାମ ପଞ୍ଚାୟତରୂ ପ୍ରଥମ ପର୍ୟ୍ୟାୟରେ ଅଭିମୁଖୀ, ଧାନକେରା, ଜେନାପୁର, ଶ୍ରୀପୁରୁଷୋତ୍ତମପୁର, ବେରବୋଇ, ଗଡ଼ ମୋଟରି, ଚାଁଇପୁର, ସୂଜନପୂର, ରେଙ୍ଗଳ, ଗୋଡିପୁଟ ମାଟିଆପଡା, ଖେଳାଉରୀ ୧୧ଟି ଗ୍ରାମପଞ୍ଚାୟତ ଓ ଦ୍ଵିତୀୟ ପର୍ୟ୍ୟାୟ ରେ ସାଊରିଆ, ଘନିପୂର, କଲ୍ୟାଣପୁର, ମୂନିନ୍ଦା, ଅରିଶଲ, ଡେଲାଙ୍ଗ-କୋଠାବାଡ଼, ରେଂଚ, ହରୀରାଜପୁର, ସିଙ୍ଗ ବ୍ରହ୍ମପୁର, ଗୁଆଳିପଡା ୧୦ଟି ପଞ୍ଚାୟତରୂ ଆସିଥିବା ଫ୍ରଣ୍ଟ ଲାଇନ କର୍ମଚାରୀ ପଞ୍ଚାୟତ ନିର୍ବାହ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଜିଆରଏସ, ଏଏନଏମ, ଆଶା, ଅଙ୍ଗନବାଡି କର୍ମୀ, ଭିଏଡ୍ଲୁ, ଏଲଆଇ, ସିଆରସିସି, ଶିକ୍ଷକମାନଙ୍କୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜି ପି ଡ଼ି ପି) ପ୍ରସ୍ତୁତି ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

jay balangir
Leave A Reply

Your email address will not be published.

20 − sixteen =