pakka

ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ପତିକାରପାଲି ଠାରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ରେଞ୍ଜର ଆଲୋକ କୁମାର ଷଡଙ୍ଗୀ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ପୁଷ୍ପା ଭୋଇ ବାଉଁଶ ଶିଳ୍ପ ତଥା ବାଉଁଶ ଶିଳ୍ପୀଙ୍କୁ ମିଳୁଥିବା ସୁବିଧା ସୁଯୋଗ, ଆଦି ବିଷୟରେ ମତାମତ ପ୍ରଦାନ କରିବା ସହିତ ବାଉଁଶର ବ୍ୟବହାର ଦେଶ ବିଦେଶରେ ହେଉଥିବା କହିଥିଲେ । କୃଷ୍ଣ ଚନ୍ଦ୍ର ସାମଲ ହସ୍ତତନ୍ତ୍ର ବିଭାଗ ତରଫରୁ ମିଳୁଥିବା ସରକାରୀ ସୁବିଧା ସୁଯୋଗ ହାସଲ କରିବାରେ ଆଲୋକପାତ କରିଥିଲେ । କ୍ଷୀରୋଦ ଚନ୍ଦ୍ର ନାୟକ ନୋଡାଲ ଅଫିସର ଓବିଡିଏ ଏହି ପ୍ରକଳ୍ପ ଯୋଗୁଁ ବାଉଁଶ ଶିଳ୍ପରେ ହେବାକୁ ଥିବା ଆଧୁନିକ ଜ୍ଞାନକୌଶଳ, ଯନ୍ତ୍ରପାତି ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ହସ୍ତଶିଳ୍ପ ବିକାଶ ଅଧିକାରୀ ସଂଜୟ ମିର୍ଦ୍ଧା ମଞ୍ଚ ପରିଚାଳନା ତଥା ଉପସ୍ଥାପନ କରିଥିଲେ । ସରପଞ୍ଚ କେଶବ ସେଟ, ବରଗାାଁ ଅତିଥି ଭାବରେ ଯୋଗଦାନ କରିଥିଲେ । ପରିଶେଷରେ ରୁଦ୍ର ପ୍ରସାଦ ଗୁରୁ କ୍ଲଷ୍ଟର ସଂଯୋଜକ କର୍ମଶାଳା ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

five × 3 =