pakka

ଭେଉଁରିଆଛକରୁ ଭେଉଁରିଆ ଓ ଲଖମରା ପଟକୁ ଯିବା ରାସ୍ତାର ଅବସ୍ଥା ଶୋଚନୀୟ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ସହର ଅନ୍ତର୍ଗତ ଭେଉଁରିଆଛକରୁ ଭେଉଁରିଆ ଓ ଲଖମରା ପଟକୁ ଯିବା ରାସ୍ତା ମଝିରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ଅଞ୍ଚଳ ବାଣିଜ୍ୟ ପେଣ୍ଠ ସ୍ଥଳୀ ତଥା ପ୍ରମୁଖ ଶିକ୍ଷାକେନ୍ଦ୍ର ହୋଇଥିବା ଯୋଗୁଁ ପ୍ରତିଦିନ ଏହି ସହରକୁ ହଜାର ହଜାର ଲୋକ, ଛାତ୍ରଛାତ୍ରୀ, ବ୍ୟବସାୟୀ, ଯାନବାହାନ ଯିବା ଆସିବା କରିଥାନ୍ତି । ଖାଲଢିପ ସୃଷ୍ଟି ହୋଇ ବର୍ଷାଜଳ ଜମି ରହିଥିବାରୁ ଯାନବାହାନ ଚଳାଚଳରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଛୋଟ ବଡ ଦୁର୍ଘଟଣା ଘଟିବାର ଆଶାଙ୍କା କରାଯାଉଛି । ଲୋକମାନେ ବାଇକରେ ଯିବା ଆସିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଫଳରେ ଅସନ୍ତୋଷ ଦେଖାଯାଉଛି । ଏହି ସମସ୍ୟା ଉପରେ ପ୍ରଶାସନ ଦୃଷ୍ଟି ଦେଉନାହିିଁ ବୋଲି ଅଭିଯୋଗ ହେଉଛି । ବର୍ତ୍ତମାନ ପାର୍ବଣ ୠତୁରେ ଦୁର୍ଗାପୂଜା ଉପଲକ୍ଷେ ଅଧିକ ଜନ ସମାଗମ ହେବାର ଆଶଙ୍କା ରହିଛି । ସବୁବେଳେ ଲୋକମାନଙ୍କର ଯାତାୟତ କରିବା ସମୟରେ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି । ତେଣୁ ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଶୀଘ୍ର ଏହି ରାସ୍ତାକୁ ମରାମତି କରିବା ପାଇଁ ଜନ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

nineteen + ten =