pakka

ମନେରଗା ଆଇନରେ ସ୍ୱଚ୍ଛତା ଆଣିବା ଦାବୀ ନେଇ ପାଟଣାଗଡ଼ ଲୋକ ଉନ୍ନତି ସଂଗଠନ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ପାଟଣାଗଡ଼ ଶାଖା ପକ୍ଷରୁ ଭାରପ୍ରାପ୍ତ ବିଡ଼ିଓ ପ୍ରଭାତ କୁମାର ସାହୁଙ୍କୁ ମନେରେଗା ଆଇନର ସଫଲ ରୂପାୟନ ଆଣିବାକୁ ୧୨ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ମନେରେଗା ଯୋଜନାରେ ହେଉଥିବା ଦୁର୍ନୀତି ଉପରେ ସ୍ୱଚ୍ଛତା ଆଣିବା, ସପ୍ତାହକୁ ଥରେ ପାଉଣା ପ୍ରଦାନ, ଦୈନିକ ମଜୁରୀ ୮ଶହ ଟଙ୍କା ପ୍ରଦାନ କରିବା, ଠିକ୍‌ ସମୟରେ ପାଉଣା ପ୍ରଦାନ ପାଇଁ ଆବଶ୍ୟକ ପରିମାଣର ଅର୍ଥ ବ୍ୟବସ୍ଥା କରାଯାଉ, ଶ୍ରମିକମାନଙ୍କୁ ଆବଶ୍ୟକ ଉପକରଣ କୋଡି, ଝୁଡ଼ି, କୋଦାଳ, ଶାବଳ, ଗଇଁତି ବାବଦକୁ ଖର୍ଚ୍ଚ ପ୍ରଦାନ କରାଯାଉ, ଉପକରଣ ଯୋଗାଇ ଦେବା, ମନେରେଗା ଶ୍ରମିକମାନଙ୍କ ମଜୁରୀର ୧୦ ପ୍ରତିଶତ, ଯାତାୟାତ ଖର୍ଚ୍ଚ ପ୍ରଦାନ କରିବା, ଦୈନିକ ମଜୁରୀ ପ୍ରାପ୍ୟ ୫ ପ୍ରତିଶତ ପ୍ରଦାନ କରିବା, ଦୈନିକ ଶ୍ରମିକମାନଙ୍କ ଉପସ୍ଥାପନା ପ୍ରତ୍ୟାହାର କରିବା, ଜନ ସହଭାଗିତା କରିବା, ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ସାମାଜିକ ସମୀକ୍ଷାର ୟୁନିଟ ବ୍ୟବସ୍ଥା କରିବା, କାର୍ଯ୍ୟ କ୍ଷେତ୍ରରେ ଶ୍ରମିକ ମୃତ କିମ୍ବା ଆହତର କ୍ଷତି ପୂରଣ ପ୍ରଦାନ କରିବା, ବର୍ଷକ ୯୦ ଦିନ କାମ କରୁଥିବା ଶ୍ରମିକମାନଙ୍କୁ ଶ୍ରମିକ ଆଇନ ସିଦ୍ଧ ସାମାଜିକ ସୁରକ୍ଷାରେ ସାମିଲ କରିବା, ମନେରେଗା କାର୍ଯ୍ୟ କ୍ଷେତ୍ରରୁ ବେଆଇନ ଓ ଦୁର୍ନୀତି ହଟାଇବାରେ ଜନସହଭାଗିତା ରହିବା ଆଦି ଦାବୀ ଗୁଡ଼ିକ ରହିଛି । ଏଥିରେ ଲୋକ ସଂଗଠନ ସିନିୟର୍ ପ୍ରୋଗ୍ରାମ ସଂଯୋଜକ ବିଶ୍ଵନାଥ ବାଗ, ବ୍ଲକ ସଭାନେତ୍ରୀ କନକ ଧରୁଆ, ବ୍ଲକ ସଂଯୋଜକ ପରିକ୍ଷିତ ମାଝୀ, ସହ ସଂଯୋଜିକା ଉଲପି ସାହୁଙ୍କ ସହ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

7 + 6 =