pakka

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ସ୍ୱାଗତ କାର୍ଯ୍ୟକ୍ରମ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ, ଆଜି ଗୁରୁବାର ଦିନ ପୂର୍ବାହ୍ନ ପ୍ରାୟ ଏଗାରଟା ସମୟରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ସଭା ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ନୂତନ ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର କମ୍ପ୍ୟୁଟର ବିଭାଗର ଅଧ୍ୟାପକ ମିଥୁନ ମେହେର ଓ ସଂସ୍କୃତ ବିଭାଗର ପ୍ରାଧ୍ୟାପକ ପ୍ରଭାତ କୁମାର ମହପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅଧ୍ୟକ୍ଷ ଡ଼. ନାୟକ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିବା ସହ ମହାବିଦ୍ୟାଳୟର ଗୌରବମୟ ପରମ୍ପରା ଓ ଐତିହ୍ୟ ବିଷୟରେ ଆଲୋକପାତ କରିଥିଲେ ତଥା ବିଭିନ୍ନ ନୀତିନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସଂସ୍କୃତ ବିଭାଗର ପ୍ରାଧ୍ୟାପକ ବି ମହାପାତ୍ର ପରୀକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଇଂରାଜୀ ବିଭାଗ ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଶୃଙ୍ଖଳା ଓ କ୍ୟାରିୟର ଉପରେ ଗୁରୁତ୍ୱାରୋପ କରିଥିଲେ । ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡ଼. ମନୋଜ କୁମାର ପ୍ରଧାନ ସମୟ ନିର୍ଘଣ୍ଟ ଓ ପ୍ରାକ୍‌ଟିକାଲ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଅର୍ଥନୀତି ବିଭାଗର ମୁଖ୍ୟ ତଥା ବାଳକ ଛାତ୍ରାବାସର ଅଧୀକ୍ଷକ ଡ଼. ବିରଞ୍ଚି ସାହୁ ଓ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟ୍ୟାପିକା ତଥା ଛାତ୍ରୀନିବାସର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଲା ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଛାତ୍ରାବାସ ଓ ଛାତ୍ରୀନିବାସର ନୀତିନିୟମ ଓ ରାଗିଂ ନିରୋଧ ଆଇନ ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡା, ଗଜରାଜ ପାତ୍ର, ଶ୍ରୀମତୀ ବୁନି ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇ ସକ୍ରିୟ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

4 × two =