pakka

ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବୀରେ ତାଲାବନ୍ଦ ଆନ୍ଦୋଳନ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମ ପଞ୍ଚାୟତ ପାଣ୍ଡେସରା ପ୍ରାଥମିକ ବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ ଶିକ୍ଷକ । ପ୍ରଶାସନକୁ ବାରମ୍ବାର ଜଣାଇଲେ ସୁଦ୍ଧା କିଛି ଫଳ ମିଳିପାରିନାହିଁ ବୋଲି ଅଭିଯୋଗ ହେଉଛି । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ତାଲାବନ୍ଦ ଆନ୍ଦୋଳନ କରିଛନ୍ତି । ସୂଚନା ଅନୁସାରେ, ପାଣ୍ଡେସରା ପ୍ରାଥମିକ ବିଦ୍ୟାଳୟରେ ବର୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୯ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ପ୍ରାୟ ୨ବର୍ଷ ହେବ ଡେପୁଟେସନ ଶିକ୍ଷକରେ ଚାଲିଛି ସ୍କୁଲ । ପଣ୍ଡରିପାନି ପ୍ରାଥମିକ ବିଦ୍ୟାଳୟର ସ୍ଥାୟୀ ଶିକ୍ଷକ ବସନ୍ତ ତାଣ୍ଡିଙ୍କୁ ପାଣ୍ଡେସରା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ଦିଆଯାଇଥିଲା । ଗତକାଲି ତାହା ପ୍ରଶାସନ ଖାରଜ କରି ବସନ୍ତ ତାଣ୍ଡିଙ୍କୁ ପାଣ୍ଡରିପାନି ସ୍କୁଲକୁ ପଠାଇ ଦିଆଯାଇଛି । ତେଣୁ ଜନ ଆସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଆଉ ଜଣେ ଶିକ୍ଷୟିତ୍ରୀ ଲିପ୍ତିମୟୀ ଦାସଙ୍କୁ ପୁଡ଼ାପଦର ପ୍ରାଥମିକ ବିଦ୍ୟାଳୟରୁ ପାଣ୍ଡେସରା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ଦିଆଯାଇଛି । ଶିକ୍ଷକ ବସନ୍ତ ତାଣ୍ଡିଙ୍କୁ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଉ ବୋଲି ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଲିଖିତ ଆକାରରେ ବାରମ୍ବାର ଅନୁରୋଧ କରିଛନ୍ତି । ଜିଲ୍ଲାପାଳ ଏହା ଉପରେ ଯଥାଶୀଘ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

9 − four =