jayashree

“ସୁରକ୍ଷିତ ଶୈଶବ ଅଭିଯାନ” ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଅଭିଯାନ “ଶୈଶବ ସୁରକ୍ଷା”କୁ ସଫଳ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର, ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ, ସଦେଇପାଲି, ବଲାଙ୍ଗିର ଠାରେ “ସୁରକ୍ଷିତ ଶୈଶବ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ, Spl. Court (ଏସ୍‌ସି/ଏସ୍‌ଟି) ବଲାଙ୍ଗିର ତଥା ଭାରପ୍ରାପ୍ତ ଜିଲ୍ଲା ଜଜ୍ ସୁବ୍ରତ ପଟ୍ଟନାୟକ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ପବିତ୍ରାନନ୍ଦ ପ୍ରଧାନ, JMFC(LR & LTV) ବଲାଙ୍ଗିର ସାଧକ କାରଜୀ, ଗ୍ରାମ ନ୍ୟାୟଧିକାରୀ, ବଲାଙ୍ଗିର ଶିଶିର କୁମାର ଭୋଇ, ଶିଶୁ କଲ୍ୟାଣ ସମିତିର ସଦସ୍ୟା ଶ୍ରୀମତୀ ଏସ୍. ଲତାଶ୍ରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃନ୍ଦାବନ ମହାକୁର ପ୍ରମୁଖ ଯୋଗଦାନ କରିଥିଲେ । ଏହି ଶିବିରରେ ଅତିରିକ୍ତ ଜିଲ୍ଲା ଜଜ ପଟ୍ଟନାୟକ ଶିଶୁମାନଙ୍କ ଅଧିକାର, ଶିଶୁ ସୁରକ୍ଷା, ବାଲ୍ୟବିବାହ ନିରାକରଣ, ଶିଶୁ ଶୋଷଣ ଓ ନିର୍ଯ୍ୟାତନାରୁ ସୁରକ୍ଷା ତଥା ଶିଶୁମାନଙ୍କ ପ୍ରତି ଥିବା ସାମାଜିକ ଦାୟିତ୍ଵ ସମ୍ପର୍କରେ ସଚେତନ‌ତା ଉପରେ ଆଲୋକପାତ କରିଥିଲେ । ଶ୍ରୀ ପ୍ରଧାନ ଶିଶୁମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ସେମାନଙ୍କୁ ଏକ ସୁରକ୍ଷିତ, ଭୟମୁକ୍ତ ଓ ଅଧିକାର ଭିତ୍ତିକ ପରିବେଶ ଯୋଗାଇଦେବା ସମସ୍ତଙ୍କ ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ । ଶ୍ରୀ କାରଜୀ ସଚେତନ‌ତା କାର୍ଯ୍ୟକ୍ରମ ମାଧ୍ୟମରେ POCSO Actର ବିଭିନ୍ନ ଧାରା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀଯୁକ୍ତ ଭୋଇ Prevention is better than cure ଉପରେ ଛାତ୍ରଛାତ୍ରୀ ଉପରେ ସଚେତନତା କରିଥିଲେ । ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ସମସ୍ତଙ୍କୁ ସ୍ୱାଗତ ଭାଷଣ ଏବଂ ଶ୍ରୀମତୀ ସଂସ୍କୃତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.