
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୋଗର୍ସ ପାର୍କ ନିକଟସ୍ଥ ପ୍ରସ୍ତାବିତ ପର୍ଶୁରାମ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ବ୍ରହ୍ମଣ ମହାସଭା ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ପୌରସଂସ୍ଥା ଓ ବନବିଭଗ ସମସ୍ତ କର୍ମଚାରୀ ବଲାଙ୍ଗିର, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ବୃନ୍ଦ ସକ୍ରିୟ ଭାବେ ଯୋଗଦାନ କରି ସହଯୋଗ କରିଥିଲେ । ବ୍ରାହ୍ମଣ ମହାସଭାର ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀ ଏବଂ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ତତ୍ତ୍ୱାବଧାନରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ଶ୍ରୀ ଆଚାର୍ଯ୍ୟ ଅତିଥିମାନଙ୍କୁ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରି ସମସ୍ତଙ୍କୁ ଅଧିକ ରୁ ଅଧିକ ଗଛ ଲଗାଇ ତାହାର ଯତ୍ନ ନେବା ପାଇଁ ଆହ୍ୱାନ ଜଣାଇଥିଲେ । ଶେଷରେ ପରିବେଶ ସୁରକ୍ଷା ଓ ସବୁଜ ସମାଜ ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରାହ୍ମଣ ମହାସଭାର ଉପଦେଷ୍ଟା, କର୍ମକର୍ତ୍ତା, କାର୍ଯ୍ୟକାରୀ ପରିଷଦ ସଦସ୍ୟ / ସଦସ୍ୟା, ସଭ୍ୟ/ସଭ୍ୟା ଗଣ ତଥା ଅତିଥି ବୃନ୍ଦ ଯଥା ଜୟରାମ ମିଶ୍ର, ଶିବ ଶଙ୍କର ଖୁଆସ, ଲୋକନାଥ ନେପାକ, ପର୍ଶୁରାମ ନାୟକ, ଶ୍ରୀକର ମିଶ୍ର, ନିଳାଚଳ ହୋତା, କିଶୋର ମୋହନ ମିଶ୍ର, କିଶୋର ପୁରୋହିତ, ସୁଶ୍ରୀ ରାଜଶ୍ରୀ ତ୍ରିପାଠୀ, ହଜାରୀ ମିଶ୍ର, ପ୍ରଭାକର ମିଶ୍ର, ନିହାରିକା ମିଶ୍ର, ସାଗରିକା ଗୁରୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ଦିବାକର ହୋତା, ଜଗଦୀଶ ନାଥ, ସନ୍ତୋଷ ତ୍ରିପାଠୀ, ସୁବାଷ ଶତପଥୀ, କୃପାସିନ୍ଧୁ ମିଶ୍ର, ସିଦ୍ଧେଶ୍ଵର ମିଶ୍ର, ଅରୁଣ ମିଶ୍ର, ପଣ୍ଡିତ ସନ୍ତୋଷ ମିଶ୍ର, ଗୋକୁଳା ମିଶ୍ର, ଅଶୋକ ତ୍ରିପାଠୀ, ବ୍ରଜ କିଶୋର ପଣ୍ଡା, ବିରଞ୍ଚି ନାରାୟଣ ତ୍ରିପାଠୀ, ପ୍ରଦୀପ ବେହେରା, ବିମଳ ବାବୁ, ସୁବ୍ରତ ରଞ୍ଜନ ମିଶ୍ର, ସୁରେଶ ମିଶ୍ର, ଲୋଟସ ଷଡଙ୍ଗୀ, ବିଜୟଲକ୍ଷ୍ମୀ ମିଶ୍ର, ଗୋପାଳ ଚନ୍ଦ୍ର ଦାସ, ରାଜ କିଶୋର ଦାଶ, ମୋହନ ଗୋପାଳ ପଣ୍ଡା, ଭଗବାନ ବଗର୍ତ୍ତି, ଅଶୋକ ରଣା, ପ୍ରଦୀପ ନେପାକ, ସାଗର ସଙ୍ଗମ ଶତପଥୀ, ସନ୍ତୋଷ ନନ୍ଦ, ରାମ ଶଙ୍କର ଶତପଥି, ହିମାଂଶୁ ଦାଶ ଇତ୍ୟାଦି ବହୁ ସଂଖ୍ୟାରେ ଉପସ୍ଥିତ ହୋଇ ସହଯୋଗ କରି ଉପରୋକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।