jayashree

ଗଙ୍ଗାଧର ସାହିତ୍ୟ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ଓ ଓରିଏଣ୍ଟାଲ ପବ୍ଲିକ ଜୁନିୟର କଲେଜ ମଲମୁଣ୍ଡାର ମିଳିତ ସହଯୋଗ କ୍ରମେ ଗଙ୍ଗାଧର ସାହିତ୍ୟ ଉପରେ ଆଲୋଚନାଚକ୍ର ହୋଇଥିଲା ଏହି ସଭାରେ ସଭାପତିତ୍ୱ କରିଥିଲେ ଡ. ଭବାନୀ ଶଙ୍କର ପଟେଲ, ମୁଖ୍ୟ ଅତିଥି ଭାବରେ କଲେଜର ଅଧ୍ୟକ୍ଷ ସବିତା ପାଣିଗ୍ରାହୀ ତଥା ସମ୍ମାନିତ ଅତିଥି ଭାବ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ରଥ ମଞ୍ଚାସୀନ ଥିଲେ । ମୁଖ୍ୟବକ୍ତା ଭାବରେ ଏଲୋରା ମିଶ୍ର ସୀତାଙ୍କ ଚରିତ୍ର ଉପରେ ଆଲୋକପାତ କରିଥିଲେ । ପରିଷଦର ବିବରଣୀ କହିଥିଲେ ଗିରିଜା ରଥ । ଅନ୍ୟତମ ବକ୍ତା ରଶ୍ମି ପାତ୍ର ତପସ୍ୱିନୀରେ ପ୍ରକୃତି ବର୍ଣ୍ଣା ଉପରେ ବକ୍ତବ୍ୟ ରଖିଥିଲେ । ମଞ୍ଚ ପରିଚାଳନା ସୌମ୍ୟରଞ୍ଜନ ମଲ୍ଲିକ କରିଥିଲେ । ପ୍ରାରମ୍ଭିକ ଜଗନ୍ନାଥ ଜଣାଣ ପରିବେଷଣ କଲେ ରାମ ଶଙ୍କର ଶତପଥୀ । କଲେଜର ଛାତୀ ଶ୍ରାବଣୀ ବଘାର, ନିକି ମେହେର, ପାୟଲ ପ୍ରଧାନ ଓ ଯଶୋବନ୍ତି ପଲତା ସଂଗୀତ ଗାନ କରିଥିଲେ । କବିତା ପଠନ କରିଥିଲେ ବଳିଷ୍ଠ ପଧାନ, ଡ. ଭବାନୀ ଶଙ୍କର ପଟେଲ, ସୌମ୍ୟରଞ୍ଜନ ମଲ୍ଲିକ, ନଳିନୀ ପ୍ରଭା ଶତପଥୀ ତଥା ରଶ୍ମି ପାତ୍ର । ଧନ୍ୟବାଦ ଅର୍ପଣ କରିଥିଲେ ବଳିଷ୍ଠ ପଧାନ ।

Leave A Reply

Your email address will not be published.