jayashree

ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ନବ ନିଯୁକ୍ତ ସାଧାରଣ ସଂପାଦକ ସରୋଜ କୁମାର ମେଶ୍ୱା ନିଯୁକ୍ତ ହୋଇଥିବାରୁ ପୁଇଁତଲା ବ୍ଲକ କଂଗ୍ରେସ କମିଟି ସଭାପତି ନରେଶ ବାଗ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଶ୍ରୀ ମେଶ୍ୱା ପୂର୍ବତନ ଛତାମଖନା ସରପଂଚ ତଥା ବଲାଙ୍ଗିର ଜିଲ୍ଲା ଓବିସି ମଂଚର ସଂଯୋଜକ ଓ ରାଜ୍ୟ ଡୁମାଲ ପରିଷଦ, ଓଡିଶାର ସଂଯୋଜକ ଭାବେ ଦାୟତ୍ୱ ତୁଳାଇ ଆସୁଛନ୍ତି । ସଂଗଠନ ପ୍ରତି ତାଙ୍କର ନିଷ୍ଠା ଓ ସମାଜସେବାକୁ ଦୃଷ୍ଟିରେ ରଖି ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଅବସରରେ ବ୍ଲକ ସଭାପତି ଶ୍ରୀ ବାଗ କହିଛନ୍ତି ଯେ, ଶ୍ରୀ ମେଶ୍ୱା ସାଧାରଣ ସଂପାଦକ ହେବା ପରେ ଏହି ଅଂଚଳର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିବେ ଏବଂ ତାଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ଆହୁରି ସୁଦୃଢ ଓ ମୁଠା ଟାଣ ହେବ । ଏଥି ସହ ଜିଲ୍ଲା କଂଗ୍ରେସ ସଭାପତି ଅନିଲ ମେହେର ଏବଂ ପିସିସି ଉପ ସଭାପତି ସନ୍ତୋଷ ସିଂ ସାଲୁଜାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.