
- ସେମିଫାଇନାଲରେ ରିଜର୍ଭ ପୋଲିସ ଓ ବିକେସି ୟୁନାଇଟେଡ୍
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆରଏନ୍ ସିଂଦେଓ ସ୍ପୋର୍ଟ୍ସ କମ୍ପେ୍ଲସ ଠାରେ ଦ୍ୱିତୀୟ କ୍ୱାଟର ଫାଇନାଲ ଖେଳରେ ରିଜର୍ଭ ପୋଲିସ ୪-୩ ଗୋଲରେ ସ୍ପୋର୍ଟ୍ସ ହଷ୍ଟେଲକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି । ଅତିଥି ଭାବେ ରିଜର୍ଭ ପୋଲିସ ଇନସପେକ୍ଟର ଲୋକନାଥ ଭୋଇ, କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଯୁଗ୍ମ ସଂପାଦକ ଶତୃଘ୍ନ ସିଂ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ର ଓ ପୂର୍ବତନ ସଦର ବ୍ଲକ ଚେୟାରମେନ ଗୋଲାପ ବାଗ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡାବାସ ଫୁଟବଲ କୋଚ ପରାଶର ବାଗ ଓ ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ ଉପସ୍ଥିତ ଥିଲେ । ଖେଳକୁ ସଂଜନ କୁଦେଇ, ବିକି ବିଶି, ମଳୟ ଘିବେଲା ଓ ସୁଦର୍ଶନ ସେଠ ପରିଚାଳନା କରିଥିବା ବେଳେ ଅବଦୁଲ ମୁଜିବ ମ୍ୟାଚ କମିଶନର ଥିଲେ । ସେହିପରି ଗାନ୍ଧୀ ଷ୍ଟାଡିୟମ ଠାରେ ତୃତୀୟ କ୍ୱାଟର ଫାଇନାଲ ଖେଳରେ ବିକେସି ୟୁନାଇଟେଡ ଟ୍ରାଇବ୍ରେକର ୪-୨ ଗୋଲରେ ବିଏନ୍ଏଏ ଜରାସିଂହାକୁ ହରାଇ ସେମିଫାଇନାଲକୁ ଉନ୍ନିତ ହୋଇଛି । ଅତିଥି ଭାବେ ଡିପିଇଓ ପ୍ରଦୀପ କୁମାର ପାତ୍ର, କ୍ରୀଡା ସଂସଦ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର ଓ ଶିଶିର କୁମାର ବହିଦାର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦର କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର ଓ ସଦସ୍ୟ କୈଳାସ ଚନ୍ଦ୍ର କର୍ତ୍ତୀ ଉପସ୍ଥିତ ଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, ଅଭିଷେକ ପ୍ରଧାନ, ଶ୍ରବଣ ବାଗ ଓ ପୁରୁଷୋତ୍ତମ ବୁଡେକ ପରିଚାଳନା କରିଥିବା ବେଳେ ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଥିଲେ । ଗୁରୁବାର ଆର୍ଏନ୍ ସିଂଦେଓ ସ୍ପୋର୍ଟ୍ସ କମ୍ପେ୍ଲସ ଠାରେ ଚତୁର୍ଥ କ୍ୱାଟର ଫାଇନାଲ ଖେଳ ବାଦିବାହାଲ ବନାମ ଗୁଲମି ଏବଂ ଗାନ୍ଧୀ ଷ୍ଟାଡିୟମ ଠାରେ ନକଟାସର ବନାମ ରିଜର୍ଭ ପୋଲିସ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।