pakka

ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

kalikesh

କଳାହାଣ୍ଡି, (ପି.କେ.ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ୱାବଧାନରେ କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) କର୍ଲାମୁଣ୍ଡା ବ୍ଲକ, ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେବାଜଗତର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଓ ସେବାଜଗତ କଳାହାଣ୍ଡିର କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ସନତ କୁମାର ସାହୁ, ସଭ୍ୟ ତୁଷ୍ମନ୍ତ ସାହୁ, ହରପ୍ରସାଦ ସାହୁ ଉପସ୍ଥିତ ରହି ସ୍ଵଚ୍ଛତା କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିଥିଲେ । ଶେଷରେ ଗୋଷ୍ଠøୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡାକ୍ତର ସବ୍ୟସଚୀ ପାଢ଼ୀ ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

pp
Leave A Reply

Your email address will not be published.

eight + 6 =