ସର୍ବଶିକ୍ଷା ଯୋଜନା ତରଫରୁ ସୁନେତ୍ର କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ସର୍ବଶିକ୍ଷା ଅଭିଯାନ ତରଫରୁ ଆଜି ମ.ରାମପୁର ବ୍ଲକ କଲୋନୀ ବିଦ୍ୟାଳୟ ଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୨୮୪ ଜଣ ଛାତ୍ରଛାତ୍ରୀଙ୍କୁ ଆଖି ପରୀକ୍ଷା କରାଯାଇଥିବା ବେଳେ ୪୦ ଜଣଙ୍କୁ ଚଷମା ଓ ୧୬ ଜଣଙ୍କୁ ଚିକିତ୍ସା ପାଇଁ ରେଫର୍ କରାଯାଇଥିଲା । ଏଥିରେ ମ.ରାମପୁର ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ପତ୍ତି ଛୁରା, ଜୟସେନ୍ ନିଆଲ୍‌ଙ୍କ ସମେତ ସିଆରସିସି, ଶିକ୍ଷକ, ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

fifteen + 15 =