ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ – ଚତୁର୍ଥ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦ୍ୟ ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ୪ଟି ମ୍ୟାଚ ଖେଳା ଯାଇଛି । ବାଳକ ବିଭାଗରେ ଖପ୍ରାଖୋଲ ଓ ମୁରିବାହଲ, ଟିଟିଲାଗଡ ଓ ତୁରେକେଲା, ଗୁଡଭେଲା ଓ ଆଗଲପୁର, ବଙ୍ଗୋମୁଣ୍ଡା ଓ ବେଲପଡା ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଖପ୍ରାଖୋଲ ୨-୦ ଗୋଲରେ ମୁରିବାହଲକୁ ପରାଜିତ କରିଥିଲେ । ଦଳ ତରଫରୁ ଜର୍ସି ନଂ- ୧୦ ଆୟୁଷ ରାଜହଂସ, ଜର୍ସି ନଂ- ୧୧ କେଦାର ଛତର ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଟିଟିଲାଗଡ ତୁରେକେଲକୁ ୫-୦ ଗୋଲରେ ପରାଜିତ କରିଥିଲେ । ଦଳ ତରଫରୁ ଜର୍ସି ନଂ- ୭ ବିକ୍ରମ ସାହୁ ୩ଟି ଗୋଲ, ଜର୍ସି ନଂ- ୫ ପୀୟୂଷ ଜାଲ ଓ ଜର୍ସି ନଂ- ୧୧ ଖଗେଶ୍ଵର ଭୋଇ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଆଗଲପୁର ଗୁଡଭେଲା ଦଳ ନିର୍ଦ୍ଧାରିତ ସମୟରେ କେହି କାହାକୁ ଗୋଲ କରିପାରି ନଥିଲେ, ଖେଳ ସମାନ ସ୍ଥିତିରେ ରହିଥିଲେ । ଟାଇ ବ୍ରେକର ସାହାଯ୍ୟରେ ଆଗଲପୁର ୩-୧ ଗୋଲରେ ବିଜୟୀ ହୋଇଥିଲେ । ବଙ୍ଗୋମୁଣ୍ଡା ବେଲପଡାକୁ ୬- ୦ ଗୋଲରେ ପରାଜିତ କରିଥିଲେ । ଦଳ ତରଫରୁ ଜର୍ସି ନଂ – ୧୧, ଆକାଶ ଦାନି ୩ଟି, ଜର୍ସି ନଂ- ୧୫ ଶ୍ରୀୟଶ କୁମାର ମେହେର ଓ ଜର୍ସି ନଂ- ୨ ଚନ୍ଦ୍ରଧ୍ଵଜ ପୁଞ୍ଜି ଯଥାକ୍ରମେ ୨ଟି ଲେଖାଏଁ ଗୋଲ କରିଥିଲେ । ଆଜିର ଖେଳରେ ମୁଖ୍ୟ ଅତିଥି ଭାବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଶାରୀରିକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମି ବିଶ୍ଵାଳ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ଟିଟିଲାଗଡ ଓ ପାଟଣାଗଡ ଉପଖଣ୍ଡର ବିଦ୍ୟାଳୟମାନଙ୍କୁ ଫୁଟବଲ ବଣ୍ଟନ କରଯାଇଥିଲା । ଆଜିର ଖେଳକୁ ରାଜେନ୍ଦ୍ର ଧାରୁଆ, ସୁଦର୍ଶନ ସେଠ, ସୁଶାନ୍ତ ନାଗ, ରାଜେନ୍ଦ୍ର ସେଠ, ଦୋଳଗୋବିନ୍ଦ ମୁଣ୍ଡା, ଆଶିଷ ଦେବ ସାହା, ମୋହନ ପ୍ରଧାନୀ, ଶୁଖିରାଜ ବିଶ୍ଵାଳ, ରାଜ କୁମାର ପାଣିଗ୍ରାହୀ, ରାଜେଶ ସ୍ଵାଇଁ, ସସ୍ମିତ ରାନୀ ମିଶ୍ର, ଉପେନ୍ଦ୍ର ଚନ୍ଦନ ଓ ବିଜୟ କୁମାର ଖମାରି ପରିଚାଳନା କରିଥିଲେ । ବୈକୁଣ୍ଠ ଜେନା ମୁଖ୍ୟ ଖେଳ ପରିଚାଳକ ଦାୟିତ୍ଵ ତୁଲାଇଥିଲେ ।

ଆସନ୍ତା କାଲି ବାଳକ ବିଭାଗରେ ୨ଟି ମ୍ୟାଚ ଟିଟିଲାଗଡ ଓ ଆଗଲପୁର, ବଙ୍ଗୋମୁଣ୍ଡା ଓ ପୁଇଁନ୍ତଲା ଓ ବାଳିକା ବିଭାଗରେ ପୁଇଁନ୍ତଲା ଓ ଟିଟିଲାଗଡ ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

17 + 17 =