ଯୋଗାଣ ସହାୟକଙ୍କ ଚାଉଳ ଆବଣ୍ଟନରେ ଅନିୟମିତତା ଅଭିଯୋଗ

  • ପଞ୍ଚାୟତରେ ତାଲା ପକାଇ ଧାରଣାରେ ବସିଲେ ହିତାଧିକାରୀ : ପ୍ରତିଶୃତି ପରେ ଧାରଣାରୁ ଓହରିଲେ

ପାଟଣାଗଡ, (ଗୋରେଖନାଥ ବରିହା) : ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ସହ କେହି ଭୋକିଲା ନ ରଖିବା ପାଇଁ ରାସନ୍ ସମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ରାସନ୍ ସାମଗ୍ରୀ ଆବଣ୍ଟନରେ ଚଞ୍ଚକତା ରାସନକାର୍ଡଧାରୀଙ୍କୁ ଖାଦ୍ୟ ସାମଗ୍ରୀ ମିଳୁନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ କପାଣି ପଞ୍ଚାୟତର ଯୋଗାଣ ସହାୟକ ସରକାରଙ୍କ ନିୟମ ମୁତାବିକ ତିନି ମାସରେ ଥରେ କିରୋସିନି ଓ ପ୍ରତି ଦୁଇ ମାସରେ ଥରେ ପିଡିଏସ୍‌ ଚାଉଳ ଓ ଗହମ ବଣ୍ଟନ କରିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଯୋଗାଣା ସହାୟକ ତାହାର ବ୍ୟତିକ୍ରମ କରି ପଡିଏସ୍‌ ଚାଉଳ, ଗହମ, କିରୋସିନି ବଣ୍ଟନ କରୁଥିବା ବେଳେ ବିଗତ ଦୁଇ ମାସ ଧରି ସେମାନଙ୍କୁ ରାସନ୍ ସାମଗ୍ରୀ ମିଳୁନଥିବାରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ହିତାଧିକାରୀ ମାନେ କପାଣି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି । ଏପରିକି କୋଭିଡ ସମୟରେ ମଧ୍ୟ ହିତାଧିକାରୀମାନେ ମାଗଣା ଚାଉଳ ଟଙ୍କା ଠିକ୍ ଭାବରେ ପାଇନଥିଲେ ବୋଲି ଅଭିଯୋଗ କରିଥିଲେ । ବେଲପଡା ବିଡିଓଙ୍କଠାରେ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଯୋଗୁ ଆଜି ପଞ୍ଚାୟତର ଶତାଧିକ ହିତାଧିକାରୀମାନେ ପଞ୍ଚାୟତରେ ତାଲା ପକାଇ ଧାରଣା ଦେଇଥିଲେ । ଏସମ୍ପର୍କରେ ବିଡିଓ ଭିକ୍ଟର ସୋରେନଙ୍କୁ ପଚାରିବାରୁ ମୁଁ ନିର୍ଦ୍ଧେଶ ଦେଇଛି ଚାଉଳ ବଣ୍ଟନ କରିବାକୁ ବୋଲି କହିଛନ୍ତି । ଏଥିରେ ହିତାଧିକାରୀ ସଂକିର୍ତ୍ତନ ପୋଡ଼, ଲିଙ୍ଗରାଜ ମିର୍ଦ୍ଧା, ରଘୁବୀର ବରିହା, ପଦ୍ମଲୋଚନ ରଣା, ନିଲନ ଧରୁଆ, ମହାଦେବ, ନବିନ ନାଗ, ଧରମସିଂ ଧରୁଆ ପ୍ରମୁଖଙ୍କ ସହ ଅନ୍ୟ ହିତାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × 1 =