ଡୁଙ୍ଗୁରିପାଲି ସମେତ ବ୍ଲକ ଅଞ୍ଚଳ ସ୍ଥିତ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟସ୍‌ ଓ ଢ଼ାବା ଉପରେ ଅଚାନକ ଯାଞ୍ଚ

  • ଜିଲ୍ଲାର ଖାଉଟିମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନ ତରଫରୁ ବ୍ୟାପକ ଚଢ଼ାଉ
  • ହୋଟେଲ ଓ ଢ଼ାବା ଗୁଡିକରୁ ୪୦ ଗୋଟି ଘରୋଇ ବ୍ୟବହୃତ ଗ୍ୟାସ ସିଲିଣ୍ଡର ଜବତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ଖାଉଟିମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳ ସ୍ଥିତ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟସ୍‌, ଢ଼ାବା ଉପରେ ଅଚାନକ ଚଢ଼ାଉ କରାଯାଇ ହୋଟେଲ ଗୁଡିକର ଆନୁସଙ୍ଗିକ ବ୍ୟବସ୍ଥା ଓ ପରିଚାଳନା ଗୁଡିକର ଯାଞ୍ଚ କରାଯାଇଛି । ଜିଲ୍ଲା ସହ ଯୋଗାଣ ଅଧିକାରୀ, (ସଦର) ସୋନପୁର ତ୍ରିନାଥ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଚଢ଼ାଉରେ ଯୋଗାଣ ନିରୀକ୍ଷକ ବିନିକା ରାଜକିଶୋର ସ୍ୱାଇଁ, ଯୋଗାଣ ନିରୀକ୍ଷକ ଡୁଙ୍ଗୁରିପାଲି ପୂର୍ଣ୍ଣ ଚନ୍ଦ୍ର ରାଉତ, ଜିଲ୍ଲା ଖାଦ୍ୟ ନିରୀକ୍ଷକ ତଥା ସମ୍ପୃକ୍ତ ବିଭାଗର କର୍ମଚାରୀ ସାମିଲ ରହିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଯାଞ୍ଚ ସମୟରେ ଡୁଙ୍ଗୁରିପାଲି ମାର୍କେଟ ସ୍ଥିତ ହୋଟେଲ ଅର୍ଣ୍ଣପୂର୍ଣ୍ଣାରେ ୦୩, କ୍ୟୁଟ ରେଷ୍ଟୁରାଣ୍ଟରେ ୦୪, ସିଂ ଢ଼ାବାରେ ୦୪, ସାରଳା ହୋଟେଲରେ ୦୩, କହ୍ନେଇ ହୋଟେଲରେ ୦୨, ଭୋଇ ହୋଟେଲରେ ୦୧, ସୀମା ହୋଟେଲରେ ୦୫ ତଥା ଚେରୁପାଲି ସ୍ଥିତ ମାହେଶ୍ୱରୀ ସ୍ୱିଟସ୍‌ରେ ୦୯, ମାହେଶ୍ୱରୀ ହୋଟେଲରେ ୦୪ ଏବଂ ରୋୟାଲ ଢାବାରୁ ୦୫ ଗୋଟି ସମୁଦାୟ ୪୦ ଗୋଟି ବେନିୟମ ଭାବେ ବ୍ୟବହୃତ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟାଜପ୍ତ କରାଯାଇଛି । ଅଚାନକ ଚଢ଼ାଉ ପୂର୍ବକ ପରିଚାଳନାର ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା । ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ଏଣୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ, ହୋଟେଲ, ରେଷ୍ଟୁରାଣ୍ଟସ୍‌ ଓ ଢ଼ାବାର ମାଲିକ ପ୍ରମୁଖ ନିଜ ନିଜର ପ୍ରତିଷ୍ଠାନର ପରିସର, ପରିପାର୍ଶ୍ୱ ତଥା ଅନ୍ୟାନ୍ୟ ବ୍ୟବସ୍ଥାର ସୁପରିଚାଳନା ତଥା ସୁବ୍ୟବସ୍ଥିତ ସହ ସଂଚାଳନ କରିବାକୁ ପ୍ରଶାସନ ତରଫରୁ ପରାମର୍ଶ କରାଯାଉଛି ।

Leave A Reply

Your email address will not be published.

2 × five =