ଚକରକେନ୍ଦ ମହାବିଦ୍ୟାଳୟରେ ସଫେଇ ଅଭିଯାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ନେହେରୁ ଯୁବ କେନ୍ଦ୍ର ତରଫରୁ ୧ ଅକ୍ଟୋବର ୨୦୨୨ରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ମାସବାପୀ ସ୍ୱଚ୍ଛ ଭାରତ ଅଭିଯାନ ୨.୦ ଆରମ୍ଭ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର ବରଗଡ ସହ ଅନୁବନ୍ଧିତ ଯୁବ ସଂଗଠନ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ ଅନୁଷ୍ଠାନଗୁଡିକର ନେଟୱର୍କ ମାଧ୍ୟମରେ ବରଗଡ ଜିଲ୍ଲାର ସମସ୍ତ ବ୍ଲକର ସମସ୍ତ ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ୧୩ ଅକ୍ଟୋବର ୨୦୨୨ତାରିଖ ଦିନ ଚକରକେନ୍ଦ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକେୟ ସେଥୁଆ ଯୋଗ ଦେଇଥିଲେ ।ପୂର୍ବତନ ଅଧ୍ୟକ୍ଷ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ରାଜିବ ବାରିକ, ମହାବିଦ୍ୟାଳୟର ସଂପାଦକ ରବି ଶଙ୍କର ପ୍ରଧାନ, ପ୍ରକୃତିବଂଧୁ ସମ୍ମାନରେ ସମ୍ମାନିତ ପରିବେଶବିତ ମୀନକେତନ ସାହୁ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ତୁଷାରକାନ୍ତି ମିଶ୍ର ଯୋଗ ଦେଇଥିଲେ । ଏ ଅବସରରେ ତିନୋଟି କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମରେ ସେଚ୍ଛାସେବୀ ସଂଗଠନ ଗଠନ କରାଯାଇଥିଲା । ଦ୍ୱିତୀୟରେ ମହାବିଦ୍ୟାଳୟ ପରିସରକୁ ସଫା କରାଯାଇଥିଲା । ତୃତୀୟରେ ପରିବେଶ ସୁରକ୍ଷା ପାଇଁ ସ୍ବେଚ୍ଛାସେବୀ ମାନଙ୍କୁ ପରିବେଶବିତ ମୀନକେତନ ସାହୁଙ୍କ ଦ୍ୱାରା ଚାରା ବଣ୍ଟନ କରାଯାଇଥିଲା । କେନ୍ଦ୍ରର ମୁଖ୍ୟ ଜି ରୋଶନ ଟଣ୍ଡନ ଏବଂ ଉପଦେଷ୍ଟା କମିଟିର ସଭାପତି ତ୍ରିଲୋଚନ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ୱେଚ୍ଛାସେବୀ ମୁନା ନାଏକ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

fifteen − 15 =