oom

କୁଲୁତା ସମାଜର ବାର୍ଷିକ ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ନିର୍ବାଚନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଖୁଜେନପାଲି ସ୍ଥିତ କୁଲୁତା ସମାଜର ସେବା ସଦନ ଠାରେ ସଭାପତି ରବିନ୍ଦ୍ର କୁମାର ପଧାନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ପଧାନ ତାଙ୍କର ସଭାପତିତ୍ୱ ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ସମ୍ପାଦକ ବିଦେଶୀ ପଧାନ ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ଅଜିତ କୁମାର ଭୋଇ ବାର୍ଷିକ ଆୟ ବ୍ୟୟ ପ୍ରଦାନ କରିଥିଲେ । ସଭାରେ ପୂର୍ବତନ ସଭାପତି ସୁରଥ ପଧାନ, ମଧୁ ସାହୁ ସମାଜ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଲା ପରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ସୁରଥ ପଧାନ ଓ ଗୋବର୍ଦ୍ଧନ ପଧାନ ଦାୟିତ୍ୱ ତୁଳାଇଥିଲେ । ସଭାପତି ଭାବରେ ଶଙ୍କର୍ଷଣ ପଧାନ, ଉପ-ସଭାପତି ରାଜେନ୍ଦ୍ର ପ୍ରସାଦ ସାହୁ ଓ ସଂଗୀତା ମାଝି, ସମ୍ପାଦକ ଭାବରେ ଶାନ୍ତନୁ କୁମାର ଭୋଇ, ସହ-ସଂପାଦକ ମଧୁ ସାହୁ, କୋଷାଧ୍ୟକ୍ଷ ଶିରୋମଣି ସାହୁ ଓ କାର୍ଯ୍ୟକାରୀ ସଦସ୍ୟ ଭାବରେ ପ୍ରହ୍ଲାଦ ଭୋଇ, ଶାନ୍ତନୁ କୁମାର ପାତ୍ର, ରାମଚନ୍ଦ୍ର ଭୋଇ, କୁନ୍ତଳା ଗଡତ୍ୟା ଓ ସୁଜାତା ପଧାନ ଏବଂ ଉପଦେଷ୍ଟା ମଣ୍ଡଳୀରେ ରାହାସ ବିହାରୀ ମାଝୀ, ସୁରଥ ପଧାନ, ରବିନ୍ଦ୍ର କୁମାର ପଧାନ, ଯାଦବ ଚନ୍ଦ୍ର ଭୋଇ ଓ ବିଦେଶି ପଧାନ ମନୋନିତ ହୋଇଥିଲେ । ଏହି ସଭାକୁ ସଂଜୀବ ସାମଲ, ସୁଦର୍ଶନ ସାହୁ, ରିଙ୍କୁ ଭୋଇ, ସରୋଜ ମାଝି, ଯୁବ ସଭାପତି ରବିନ୍ଦ୍ର ପଧାନ, ଜାମିନୀ ଭୋଇ, ସୁନୀଲ ମାଝି, ଲଖମଣ ବିଶ୍ୱା, ଶ୍ରୀନିବାସ ସାହୁ ତଥା ଜାତିର ଶହ ଶହ ପୁରୁଷ ମହିଳା ଉପସ୍ଥିତ ରହି ସଫଳତା ପାଇଁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.