pakka

ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର : ୧ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗର ୫ ଜଣିଆ ଟିମ୍‌ ରାଜଘାଟ ନାକା ପଏଣ୍ଟ ନିକଟରେ ଚଢ଼ାଉ କରିଥିଲା । ବାଇକ୍‌ ଯୋଗେ ବସ୍ତାରେ ପ୍ୟାକିଂ କରି ପଶ୍ଚିମବଙ୍ଗ ଚାଲାଣ ବେଳେ ଜଣେ ଯୁବକଙ୍କୁ ଗିରଫ ସହିତ ୮୭ଟି କଇଁଛ ଉଦ୍ଧାର କରିଛି ଟିମ୍‌ । ଗିରଫ ଯୁବକଙ୍କ ଘର ପଶ୍ଚିମବଙ୍ଗ କୋଡ଼ିଆ ଗ୍ରାମର ଦେବବ୍ରତ ଦେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

fourteen − 10 =