ତରୁଣ କବି ସୁଜିତ ସତପଥୀଙ୍କର କବିତା ସଙ୍କଳନ ‘ଶବ୍ଦରେ ଶବ୍ଦରେ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ନିବାସୀ ତରୁଣ କବି ସୁଜିତ କୁମାର ସତପଥୀଙ୍କର ତୃତୀୟ କବିତା ସଙ୍କଳନ ‘ଶବ୍ଦରେ ଶବ୍ଦରେ’ ଆଦ୍ୟାଂଶ ପ୍ରକାଶନ ଦ୍ୱାରା ପ୍ରକାଶିତ ହୋଇ ଉନ୍ମୋଚିତ ହୋଇଯାଇଛି । ଯେହେତୁ ସଙ୍କଳିତ କବିତା ସବୁ କବିଙ୍କର ପ୍ରାରମ୍ଭିକ ଲେଖିବା ସମୟର, ତେଣୁ ପୁସ୍ତକଟିକୁ ସେ ତାଙ୍କ ପୁଅ ଆଦ୍ୟାଂଶର ଅନ୍ନପ୍ରସନ୍ନ ଅବସରରେ ପୁଅ ଏବଂ ଭାଣିଜୀ ଅସ୍ମିତା ଦ୍ୱାରା ପାରିବାରିକ ପରିବେଶରେ ଉନ୍ମୋଚିତ କରିଥିଲେ । ଆଦ୍ୟ ସର୍ଜନାର ଭାବାତ୍ମକ ଅନୁଭବରେ ପରିପୁଷ୍ଟ ଏହି ସଙ୍କଳନରେ ସଙ୍କଳିତ କବିତାଗୁଡିକରେ ଛନ୍ଦର ମାଧୁର୍ଯ୍ୟ ସହ ଆଧୁନିକତା ଓ ଯୁବ ଉନ୍ମାଦନାର ସ୍ୱର ରହିଛି । ପ୍ରକାଶ ଥାଉକି ପୂର୍ବରୁ କବିଙ୍କର ଦୁଇଟି କବିତା ସଙ୍କଳନ ‘ଇଚ୍ଛା ଭାଟି’ ଯାହାକି କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ନବୋଦୟ ଯୋଜନା-୨୦୧୫ ରେ ନିର୍ବାଚିତ ଏବଂ ପ୍ରକାଶିତ ଓ ‘ଚତୁର୍ଥ ପୁରୁଷ’ ପ୍ରକାଶିତ ହୋଇ ବେଶ ପାଠକୀୟ ଆଦୃତି ଲାଭ କରିଛି ।

Leave A Reply

Your email address will not be published.