ସୃଜନ ସଳିତା ନବନୀତା ତରଫରୁ ନୂଆଁଖାଇ ଭେଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ତରଫରୁ ନୂଆଁଖାଇ ଅବସରରେ ଅନ୍‌ଲାଇନ ମାଧ୍ୟମରେ ଏକ ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି କବି ଭାବରେ ଆସାମର ଯୁବ କବି ଓ ଗବେଷକ ଡକ୍ଟର ବିଜୟ ଶଙ୍କର ବର୍ମନ ଏବଂ ବଙ୍ଗଳା କବୟିତ୍ରୀ ଦୀପାନ୍ୱିତା ସରକାର ଯୋଗ ଦେଇଥିଲେ । ଡକ୍ଟର ବର୍ମନ ପଶ୍ଚିମ ଓଡିଶାର ‘ନୂଆଁଖାଇ’ ସହିତ ସାମଞ୍ଜସ୍ୟ ଥିବା ଆସାମର ଅମଳ ପର୍ବ ‘ନୌ-ଖାଇ’ ବିଷୟରେ ସୂଚନା ଦେଇଥିଲେ । ସ୍ୱରଚିତ ଗଳ୍ପ ଓ କବିତା ପାଠ ସହିତ ଆଲୋଚନା କରିଥିଲେ ବିଶିଷ୍ଟ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର, ସାରଥୀ ସାହୁ, ସୁଶାନ୍ତ ବାଗ, ଅଶୋକ ପୂଜାହାରୀ, ଲକ୍ଷ୍ମଣ ମେହେର, ସଚ୍ଚିଦାନନ୍ଦ ପ୍ରଧାନ, ସୁଜିତ ପଣ୍ଡା, ସତ୍ୟାନନ୍ଦ ଭୋଇ, ଶିବପ୍ରସାଦ ସା, ସୁରେଶ୍ୱରୀ ବାଗ, ଅର୍ଜୁନ ସାହୁ ଏବଂ ଅଜିତ ପାଣିଗ୍ରାହୀ ପ୍ରମୁଖ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ପତ୍ରିକାର ସମ୍ପାଦକ କ୍ଷେତ୍ରବାସୀ ନାଏକ ଏବଂ କାର୍ଯ୍ୟନିର୍ବାହୀ ସମ୍ପାଦକ ମୀନକେତନ ବାରଲେବଡିଆ ।

jittmm
Leave A Reply

Your email address will not be published.