
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ରଚନା ଓ ଜିଲ୍ଲା ସାମ୍ବାଦିକ ସଙ୍ଘ ବଲାଙ୍ଗିର ଓ ମିଳିତ ସହଯୋଗରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ବିଶ୍ୱ କବିତା ଦିବସ ପାଳିତ ହୋଇଯାଇଛି । କବି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କବି ଡ଼ଃ ସଞ୍ଜୟ କୁମାର ମିଶ୍ର ମୁଖ୍ୟ ଅତିଥିଭାବରେ ଯୋଗଦେଇ କବିତା, ସମ୍ମୋହନ, ସମ୍ଭାବନା, ସଂଘତିର କଥା କହେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦିଏ, ଆମ ସମସ୍ତଙ୍କ ଭିତରେ କବିଟିଏ ଥାଏ କିଛିଶବ୍ଦ ଓ ଭାବ ଆନ୍ଦୋଳିତ କଲେ ମଣିଷ କବିତା ଲେଖେ ବୋଲି ମତ ଦେଇଥିଲେ । କବି ଆନନ୍ଦ ଚନ୍ଦ୍ର ସାହୁ, ମୁଁ କବିତାକୁ ଏତେ ଭଲ ପାଏ ଯେ, ନିଜେ କବିତା ଲେଖିବାଠାରୁ ଶୁଣିବାକୁ ବେଶୀଭଲ ପାଏ ବୋଲିମତ ଦେଇଥିଲେ । ରତ୍ନମୟ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ପ୍ରଥମ ଅଧିବେଶନକୁ ଧନ୍ୟବାଦ ଦେଇଥିଲେ ରଚନାର ସଭାପତି ସନାତନ ଠାକୁର । ଦ୍ଵିତୀୟ ଅଧିବେଶନରେ କବି ସସ୍ମିତା ନେପାକ ଓ ପୁଷ୍ପାଞ୍ଜଳି ମେହେରଙ୍କ ମନୋଜ୍ଞ ସଂଯୋଜନାରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଭାଷାରେ ୫୦ରୁ ଅଧିକ କବି ନିଜ ସ୍ୱରଚିତ କବିତା ପାଠ କରିଥିଲେ ।