ବଲାଙ୍ଗିର, (କେପିଏନ୍ଏସ୍) : ମଝା ରାତି ଟରକ୍ ପଛ୍ଆଡେ଼ ଜୁଗିଥିଲା କାଲ୍ । ସାଆଁଟି ନେଲା ୨ ଝନ୍ ଛୁଆର୍ ସାଙ୍ଗେ ୫ ଝନ୍କର୍ ପରାନ୍ । ଗଲା ରାତିର୍ ପାଖାପାଖି ୧୧ ବଜେ ବଲାଙ୍ଗିର ସହର୍ ଠାନୁ ୩ କିଲୋମିଟର୍ ଧୁରିଆ ବଲାଙ୍ଗିର-ସମ୍ବଲପୁର ରୋଡ଼ ଛୁଇବନ୍ଧ ପାଖେ ଘଟିଛେ ଏନ୍ତା ଗୁଟେ ଛାତିଥରା ଦୁର୍ଘଟଣା । ସାରା ସହର କେ ଚହଲେଇ ବିହିଲେଇ ଦେଇଛେ । ବଲାଙ୍ଗିର ସହରର ରାମ୍ଜୀପଡ଼ାର ଆୟୁର୍ବେଦିକ ଡାକ୍ତର ଜୟନ୍ତ ପ୍ରକାଶ ନାଏକଙ୍କର ପୁଓ ଆତ୍ମଜ ଓରଫ୍ ଅମନ ନାଏକ ପରିବାର ଆର୍ ସଂପର୍କୀୟମାନ୍କର୍ ସାଙ୍ଗେ ଆଗଲ୍ପୁର ଡୁଡ଼କା କେ ଗୁଟେ ବିହାଭୁଜି ଥି ସାମିଲ୍ ହେବାକେ ଯାଇଥିଲେ । ସେନୁ ରାତିର ପାଖାପାଖି ୧୧ ବଜେ ନିଜର କାର୍ ଚଲେଇ ବଲାଙ୍ଗିର ଫିରୁଥିଲେ । ବଲାଙ୍ଗିର ସହର୍ କେ ପୁହୁଁଚିବାର୍ ଲାଗି ଆର୍ ମାତ୍ର ୩ କିଲୋମିଟର୍ ବାକି ଥିଲା । ଏନ୍ଏଚ୍-୨୬ ଛୁଇବନ୍ଧ ପାଖେ ରୋଡ଼୍ ତରେ ଠିଆ ହେଇଥିବାର୍ ଗୁଟେ ଟରକ୍ ପଛଆଡେ଼ ପିଟିହେଲା କାର୍ । ଠାନର୍ର୍ ଟା ଠାନେ କାର୍ ଥି ବସିଥିବାର୍ ୫ ଝନ୍କର୍ ଜୀବନ୍ ପଲେଇଗଲା । ଢେଁଡାମୁଡ଼ା ହେଇଗଲା କାର୍ । ଗାଡ଼ି ଚଲଉଥିବାର୍ ଆତ୍ମଜ(୨୫), ଆତ୍ମଜଙ୍କର ବଡ଼୍ ନାନି କନ୍ଧପାଲିପଡ଼ାର ସୀତାକାନ୍ତ ସାଏଙ୍କର ପତ୍ନୀ ଇପ୍ସିତା ସାଏ(୨୭), ଇପ୍ସିତା ସାଏଙ୍କର ଝି ରିଆ ସାଏ(୬), ଆତ୍ମଜଙ୍କର ମାମୁଁ ସଦେଇପାଲିର୍ ଦୀପ୍ତିରଂଜନ ସାଏ(୩୫) ଆର୍ ଦୀପ୍ତିରଂଜନଙ୍କର ଝି ଆନ୍ଭି ଓରଫ୍ ମାହି(୬) ଦୁର୍ଘଟଣା ସ୍ଥଲ୍ ଥି ଜୀବନ୍ ହାରି ଦେଇଥିଲେ । ଗୁରୁତର୍ ଅବସ୍ଥା ଥି ଆତ୍ମଜଙ୍କର ମାଁ ଆରତି ନାଏକ(୪୭) ଆର୍ ଦୀପ୍ତିରଂଜନଙ୍କର ପତ୍ନୀ ରସ୍ମିତା ସାଏ(୨୯)ଙ୍କୁ ବୁର୍ଲା ଡାକ୍ତରଖାନା କେ ପଠା ଯାଇଥିବାର୍ ଜନା ପଡ଼ିଛେ । ଦୁର୍ଘଟଣା ଥି ଜୀବନ୍ ହରେଇଥିବାର୍ ସମ୍କର୍ ଶବକେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ୍ ହସ୍ପିଟାଲ୍ ଥି ରଖା ହେଇଥିଲା ବେଲ୍କେ ଗଲା ରାତି ମୃତକଙ୍କର ସଂପର୍କୀୟମାନ୍କର୍ କନ୍ଦାରଡ଼ା ଥି ଫାଟିପଡ଼ୁଥିଲା ଡାକ୍ତରଖାନା ପରିସର୍ । ଘଟନାର୍ ଛାନ୍ଭିନ୍ କରୁଛେ ବଲାଙ୍ଗିର ଟାଉନ୍ ଥାନା ପୋଲିସ୍ ।