pakka

କଂଗ୍ରେସ ଦଳରେ ଯୋଗଦେଲେ ଦେଓଗାଁ ଅଂଚଳର ବହୁ ଯୁବକ ଓ ବୁଦ୍ଧିଜୀବୀ

bbehera
  • ନରସିଂହଙ୍କ ନୀତି ଆଦର୍ଶ ଓ ସମରେନ୍ଦ୍ରଙ୍କ ନେତୃତ୍ୱରେ ହେଲେ ଅନୁପ୍ରାଣିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ଦେଓଗାଁ ବ୍ଲକ୍‌ ଗୌରଗୋଠ ଗାଁ ତଥା ଆଖ ପାଖ ଅଂଚଳର ବହୁ ଯୁବକ ତଥା ଆଗଧାଡିର ଯୁବନେତାମାନେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ବିଧାୟକ ନରସିଂହ ମିଶ୍ର ଏବଂ ଏଆଇସିସି ସଦସ୍ୟ ତଥା ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । କଂଗ୍ରେସ ଦଳର ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଦକ୍ଷତା, ଦୂରଦୃଷ୍ଟି, ଆତ୍ମିୟତା ଏବଂ ଦୃଢ ନେତୃତ୍ୱ ପ୍ରତି ଆକୃଷ୍ଠ ହୋଇ ସେମାନେ କଂଗ୍ରେସ ଦଳରେ ମିଶିଯାଇଛନ୍ତି । ଏହି ଅବସରରେ ଯୋଗ ଦେଇଥିବା ଲୋକମାନେ କହିଛନ୍ତି ଯେ, ରାଜ୍ୟରେ ଥିବା ବିଜୁ ଜନତା ଦଳ ସରକାର ଦିର୍ଘ ୨୪ ବର୍ଷ ଶାସନରେ ଥିଲେ ମଧ୍ୟ ରାଜ୍ୟର ଛାତ୍ର, କୃଷକ, ଶ୍ରମିକ, ଯୁବକଙ୍କ ଜୀବନ ଧାରଣରେ କୌଣସି ପରିବର୍ତ୍ତନ ହୋଇପାରିନାହିଁ । ଏହିପରି କି ଆମ ଅଂଚଳର ବେରୋଜଗାର ଯୁବକଙ୍କ ପାଇଁ କୌଣସି ଶିଳ୍ପ କିମ୍ବା କର୍ମସଂସ୍ଥାନର ବ୍ୟବସ୍ଥାରେ ସରକାର ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛନ୍ତି ତେଣୁ ଯୁବକମାନଙ୍କ ପାଇଁ କଂଗ୍ରେସ ଦଳ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି । ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ଆଜି ଯୋଗ ଦେଇଥିବା ସମସ୍ତ ଲୋକମାନଙ୍କୁ ଦଳକୁ ସ୍ୱାଗତ କରିବା ସହ ଏମାନଙ୍କ ଯୋଗଦାନ ଯୋଗୁଁ ଦେଓଗାଁ ଅଂଚଳରେ କଂଗ୍ରେସ ଆହୁରି ମଜ୍‌ବୁତ୍‌ ହୋଇ ଲୋକଙ୍କ ସେବା କରିବା ସଙ୍ଗେ ସଙ୍ଗେ ଏ ଅଂଚଳର ସମଗ୍ରିକ ବିକାଶ କରିବାରେ ସହାୟକ ହେବ । କଂଗ୍ରେସ ଦଳରେ ଯୋଗ ଦେଇଥିଲା ଲୋକମାନେ ହେଲେ ଦେବାରାଜ ବାରିକ, ଶଶି କୁଅଁର, ରୁଷୁବ ବାଗ, ସଂଜୟ ରଣା, ପାଣ୍ଡୁ ବାରିକ, ଭଜରାମ ବଗର୍ତ୍ତି, ରବିନ ଗହିର, ବିରଂଚି ପୋଡ, ନୀଳମଣି ଭୋଇ, ସୁରେନ୍ଦ୍ର ପାତ୍ର, କୌସ୍ତୁଭ ଭୋଇ, ଅନିଲ ରଣା, ସଖା ବେରିଆ, ପୁରନ୍ଦର ରଣା, ଦିଲ୍ଲୀପ ରଣା, ବିପିନ ରଣା, ବିପିନ ଷାଣ୍ଡ, ନିତେଇ ରଣା, ସଂଜୟ ଷାଣ୍ଡ, ପିତାମ୍ବର ବଗର୍ତ୍ତି, ମହେନ୍ଦ୍ର ରଣା, ଲିଙ୍ଗରାଜ ବାରିକ, ମୁରଲି ବାଗ, ଭାନୁ ବାଗ ଏବଂ ଶୁଶିଲ କୁମାର ରଣା ।

Leave A Reply

Your email address will not be published.

5 × four =