pakka

ମାଁ’ ନିତେଇ ଧୋବଣୀଙ୍କ ଚୈତ୍ର ପର୍ବ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜ ରରଫରୁ, ମଙ୍ଗଳବାର ପୂର୍ଣ୍ଣିମା ଦିନ ଇଷ୍ଟଦେବୀ ମାଁ ନିତେଇ ଧୋବଣୀଙ୍କ ଚୈତ୍ର ପର୍ବ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଗ୍ରାମସ୍ଥିତ ମାଁ ନିତେଇ ଧୋବଣୀଙ୍କ ମନ୍ଦିରରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ ଚୈତରାମ ସେଠ୍‌ ଓ ଛବିଲାଲ ସେଠ୍‌ ପରମ୍ପରାନୁଜାୟୀ ପୂଜାର୍ଚ୍ଚନା କରିଥିଲେ । ଏହି ପର୍ବରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ରଜକ ଭାଇବନ୍ଧୁ ଯୋଗଦାନ କରିଥିଲେ । ବଲାଙ୍ଗିର ଜିଲ୍ଲା ରଜକ ସମାଜର ସଭାପତି କଲାକାହ୍ନୁ ସେଠ୍‌ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂପାଦକ କିତ୍ତୀଚନ୍ଦ୍ର ସେଠ୍‌ ସଭା ପରିଚାଳନା କରିଥିଲେ । ଉକ୍ତ ବୈଠକରେ ଆଗକୁ ହେବାକୁଥିବା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ କିପରି ଭାବରେ ସମ୍ପାଦନ କରାଯିବ ସେ ବିଷୟରେ ସମସ୍ତଙ୍କ ସହଯୋଗ କାମନା କରାଗଲା । କୋଷାଧ୍ୟକ୍ଷ ଶେଖର ସେନ୍‌ ସେଠ୍‌ ହିସାବ କାର୍ଯ୍ୟ ତୁଲାଇଥିଲେ । ମନ୍ଦିର କମିଟି ସଂପାଦକ ଗଦାଧର ସେଠ୍‌ ବିଶେଷ କାର୍ଯ୍ୟ ତୁଲାଇଥିଲେ । ବଲାଙ୍ଗିର ଉପଖଣ୍ଡ ସଭାପତି ଭୂବନେଶ୍ୱର ସେଠ୍‌ ଓ ସଂପାଦକ ଶିବପ୍ରସାଦ ସେଠ୍‌ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବରିଷ୍ଠ ସଭ୍ୟ ଜଗଦୀଶ ସେଠ୍‌ ଓ ସୁଦାମ ସେଠ୍‌ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ସଭ୍ୟ ପ୍ରକାଶ ସେଠ୍‌, ଭୁଜରାଜ ସେଠ୍‌, ଗୌର ସେଠ୍‌, ଅକ୍ଷୟ ସେଠ୍‌, ଅଶୋକ ସେଠ୍‌, ସନ୍ତୋଷ ସେଠ, ଅନୁ ବୁଡେକ, ବାଲିକୁଦ ସେଠ୍‌, ରମେଶ ସେଠ୍‌ ଓ ଅଭିମନ୍ୟୁ ସେଠ୍‌ ସହଯୋଗ କରିଥିଲେ ।

Leave A Reply

Your email address will not be published.

twenty + 15 =