pakka

ସମରେନ୍ଦ୍ରଙ୍କ ପାଇଁ ଜନ ଆଶୀର୍ବାଦ ସଭା : କଂଗ୍ରେସ ଜିତିଲେ ସବୁ ବର୍ଗର ଲୋକେ ଉପକୃତ ହେବେ – ସମରେନ୍ଦ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମରେନ୍ଦ୍ରଙ୍କ ପାଇଁ ଜନ ଆଶୀର୍ବାଦ୍‌ ସଭାରେ କଂଗ୍ରେସ ଜିତିଲେ ସବୁ ବର୍ଗର ଲୋକେ ଉପକୃତ ହେବେ ବୋଲି ସମରେନ୍ଦ୍ର କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ନିର୍ବାଚନି ପ୍ରତିଶ୍ର୍ରୁତି ଯୋଗୁଁ ପ୍ରତ୍ୟେକ ବର୍ଗର ଲୋକେ ହଇରାଣ ହେଉଛନ୍ତି । ଏଇ ଉଭୟ ସରକାରରେ ଛାତ୍ର ପାଇଁ ଶିକ୍ଷକ ନାହିଁ, ଯୁବକଙ୍କ ପାଇଁ ରୋଜଗାର ନାହିଁ, କୃଷକ ପାଇଁ ତାର ଉତ୍ପାଦନର ଦାମ୍‌ ନାହିଁ, ହସ୍ପିଟାଲ୍‌ରେ ଡାକ୍ତର ନାହିଁ । ତେଣୁ ବନ୍ଧୁଗଣ ଆପଣମାନେ ବୁଝି ଯାଆନ୍ତୁ ଏପରି ନାହିଁ ନାହିର ସରକାରରେ ସମାଜର କୌଣସି ବର୍ଗର ଉନ୍ନତି ହୋଇ ପାରିବ ନାହିଁ । ଯଦି ଆମକୁ ଏପରି ଅରାଜକତାରୁ ନିଜକୁ ରକ୍ଷା କରିବାର ଅଛି, ତେବେ ଆଗାମୀ ନିର୍ବାଚନରେ ଆପଣମାନେ କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରନ୍ତୁ, କାରଣ କେବଳ କଂଗ୍ରେସ ଦ୍ୱାରା ହିଁ ସବୁ ବର୍ଗର ଲୋକେ ଉପକୃତ ହୋଇଥାନ୍ତି ବୋଲି ଗତକାଲି ସଦର ବ୍ଲକ୍‌ ଅନ୍ତର୍ଗତ ତୁଷୁରାବାହାଲ, ଭୁଣ୍ଡିମୁହାଣ ଓ ମାୟାବାରହା ପଂଚାୟତରେ ଆୟୋଜିତ ଜନ ଆଶୀର୍ବାଦ୍‌ ସଭାରେ ବଲାଙ୍ଗିର ବିଧାନସଭାରେ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହି ଜନ ଆଶୀର୍ବାଦ ସଭାରେ ଆହୁରି ମଧ୍ୟ କହିଛନ୍ତି ଯେ, ସୂଚନା ଅଧିକାର ଆଇନ ହେଉ କି ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଖାଦ୍ୟ ସୁରକ୍ଷା ଆଇନ ହେଉ କି ଶିକ୍ଷା ଅଧିକାର ଆଇନ ଏ ସମସ୍ତ ଆଇନ ଲୋକଙ୍କ ହିତ ପାଇଁ କଂଗ୍ରେସ ସରକାର ହିଁ ଲାଗୁକରିଛି ।ଏପରିକି କୃଷକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଟଙ୍କା ଟିଏ ମଧ୍ୟ ଋଣ ମାଫ୍‌ କରି ନାହାନ୍ତି, କିନ୍ତୁ ଅପରପକ୍ଷେ ଅତୀତରେ କଂଗ୍ରେସ ସରକାର ଦେଶର କୃଷକମାନଙ୍କ ହିତ ପାଇଁ ୭୨,୦୦୦କୋଟି ଟଙ୍କାର ଋଣ ମାଫ୍‌ କରିଥିଲେ । ଗତ ଦଶ ବର୍ଷର ବିକାଶ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ସେ ଆହୁରି କହିଛନ୍ତି ଯେ, ଦକ୍ଷତା ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ ଦଶବର୍ଷ ପୂର୍ବରୁ ବଲାଙ୍ଗିରରୁ ପ୍ରତିନିଧିତ୍ୱ କରୁଥିବା ରାଜପରିବାରର ନେତାମାନେ ସମସ୍ତ ମନ୍ତ୍ରୀ ପଦ ପାଇଥିବା ସତ୍ୱେ ବଲାଙ୍ଗିରର ଛାତ୍ର ଯୁବକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରୋଜଗାର ଅନ୍ୱେଷଣରେ ଲୋକେ ବାହାରକୁ ଚାଲି ଯାଉଛନ୍ତି । ଗାଁ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ପଡିବ, ଚାଷୀଚୁ ଧାନର ଉଚିତ୍‌ ମୂଲ୍ୟ ଦେବାକୁ ହେବ । ଯୁବକଙ୍କୁ ରୋଜଗାର ଦେବାକୁ ପଡ଼ିବ । ତେଣୁ ଆପଣମାନଙ୍କୁ ଅନୁରୋଧ ଦେଶ ଓ ବଲାଙ୍ଗିରର ସାମଗ୍ରିକ ବିକାଶ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରନ୍ତୁ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି । ଜନ ଆଶୀର୍ବାଦ ସଭାରେ ଉପସ୍ଥିତ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ ନିର୍ବାଚନରେ କଂଗ୍ରେସ ଦଳ ଦେଇଥିବା ଗ୍ୟାରେଣ୍ଟି ଉପରେ ସୂଚନା ଦେଇଥିଲେ । ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ଯଦି କଂଗ୍ରେସ ସରକାରକୁ ଆସେ ତେବେ ଗୃହ ଜ୍ୟୋତି ଯୋଜନାରେ ଘରୋଇ ଉପଭୋକ୍ତଙ୍କ ପାଇଁ ୨୦୦ ୟୁନିଟ୍‌ ବିଦ୍ୟୁତବ ଦେୟ ମାଗଣା, ଯୁବ ବିକାଶ ଯୋଜନାରେ ପ୍ରତ୍ୟେକ ବର୍ଷ ପାଞ୍ଚ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ବେକାରୀ ଭତ୍ତା ମାସିକ ତିନି ହଜାରର, କୃଷକ ମାଙ୍କ ପାଇଁ ବନସ୍‌ ସହ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩୦୦୦ ଟଙ୍କା, କୃଷି ଋଣ ଛାଡ଼, କୃଷକମାନଙ୍କ ପାଇଁ ମାସିକ ୨୦୦୦ ଟଙ୍କା ପେନ୍‌ସନ୍‌ ବ୍ୟବସ୍ଥା, ଗୃହ ଲଷ୍ମୀ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ, ମହିଳାଙ୍କୁ ମାସିକ ୨୦୦୦ ଟଙ୍କା ଭତ୍ତା, ଆଦିବାସୀ ଓ ଦଳିତ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡରର ବ୍ୟବସ୍ଥା ସହ ୨୫ ଲକ୍ଷ ସ୍ଵାସ୍ଥ୍ୟ ବୀମା ମାଧ୍ୟମରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ବିଧବା ଓ ବିକଳାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଛଅମାସ ମଧ୍ୟରେ ସୁଧ ସହ ଟଙ୍କା ଫେରସ୍ତ, ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା, ଆଦିବାସୀ ଓ ଦଳିତଙ୍କ ନିଜ ଜମି ଓ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ଅଧିକାର ଏବଂ ୧୦୦ ଦୀନ ଭିତରେ ପେଶା ଆଇନକୁ କଡାକଡି ଭାବରେ ଲାଗୁ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ୍‌ ସଭାପତି ରାମପ୍ରସାଦ ମିଶ୍ର, ବିଡ଼ିସିସି ସଭାପତି ସ୍ମାରକ ମିଶ୍ର, ଘାସିରାମ ବେହେରା, ଲୋକନାଥ କୁମୁରା, ପୂର୍ବତନ ଅଧ୍ୟକ୍ଷ ସୁଶାନ୍ତ ପାଣିଗ୍ରାହୀ, ଗନ୍ତିଆ ଡଙ୍ଗାଘାଟ ମୁରଲୀ ମଲ୍ଲିକ, ସରପଞ୍ଚ ଶ୍ରେୟା ସାହୁ, ପଞ୍ଚାନନ ଘିବେଲା ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.

three × three =