csstore

ଜୀବନଦାତା ସାଜିଲେ ଯୁବ ରକ୍ତଦାତାମାନେ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା କାଳରେ ମଧ୍ୟ କଣ୍ଟାବାଞ୍ଜି ଡାକ୍ତରଖାନାରେ ରୋଗୀମାନଙ୍କର ଚିକିତ୍ସା ପାଇଁ ନାହିଁ ନ ଥିବା ଭିଡ ହେଉଛି । ପ୍ରତିଦିନ ରୋଗୀ ମାନଙ୍କୁ ରକ୍ତ ମଧ୍ୟ ଦରକାର ପଡୁଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତିନିଗୋଟି ବ୍ଳକ ଯଥା ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ସହିତ ବେଲପଡା, ଖରିଆର ଆଦି ଅଞ୍ଚଳରୁ ମଧ୍ୟ ରୋଗୀ ମାନେ ଚିକିତ୍ସା ପାଇଁ ଆସୁଛନ୍ତି । ପ୍ରତିଦିନ ଦଶ ୟୂନିଟରୁ ମଧ୍ୟ ଅଧିକ ରକ୍ତ ଦରକାର ପଡୁଛି । ରକ୍ତର ଅଭାବକୁ ପୂରଣ କରୁଛନ୍ତି କିଛି ଯୁବକ ବନ୍ଧୁମାନେ । ସେମାନେ ସୋସିଆଲ ମିଡିଆରେ ହେଉକି ଫୋନ ପାଇଲେ ସ୍ୱଇଚ୍ଛାରେ ଜୀବନଦାତା ସାଜି ଧାଇଁ ଆସୁଛନ୍ତି ରକ୍ତ ଦେବାପାଇଁ । ଆଜି ରକ୍ତଦାତାଭାବେ ସଲଣ୍ଡି, ଖୁଜେନ, ଲାଠୋର, ସୁକନାପଦର, କୁଲିହାଦୋର, କର୍ଲାବାହାଲି, ରାମୋଡ, ବଡଡୁକଲା, ପଖନମୁଣ୍ଡା ଓ କଣ୍ଟାବାଞ୍ଜି ର ମାନସ ରଞ୍ଜନ ତ୍ରିପାଠୀ, ଶିବ କଟା, ସଞ୍ଜୟ ବେହେରା, ଦ୍ରୋଣ ବାଗ, ଆଲୋକ ବନଛୋର, ଚିଣ୍ଟୁ ଜୁଆଡ, ଦୀନେଶ ହିଆଁଲ, କାଲିଆ ଜଗତ, ଦେବରାଜ ବେହେରା, ଧୀରଜ ଜୈନ, ହୃଷିକେଶ ନାଗ, ବେଦ ନାଗ, ହରି ବରିହା, ନବୀନ ବେହେରା, କୈବଲ ଭୋଇ, ବଳଦେବ ମେହେର, ସୁରେଶ ତାଣ୍ଡି, ଅଭିମନ୍ୟୁ ମାଝୀ, କାନ୍ତ ତାଣ୍ଡି, ଓପଜିଟିଭ,ଏ ପଜିଟିଭ, ବି ପଜିଟିଭ, ଏବି ପଜିଟିଭ ଆଦି ଗୃପର ରକ୍ତଦେଇ ରୋଗୀମାନଙ୍କର ଜୀବନ ରକ୍ଷା କରିଛନ୍ତି । ଜୁନିଅର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ, ସଙ୍ଗ୍ରାମ ତ୍ରିପାଠୀ ଓ ଅମନ ଛତ୍ରିଆ ଟାଟୋ ରକ୍ତ ଯୋଗାଡ କରିଥିବା ବେଳେ ରକ୍ତଭଣ୍ଡାରର ଗୁରୁବାରୁ ରଣା, ଦୁର୍ଗା ତାଣ୍ଡି, ପ୍ରଶାନ୍ତ ସାହୁ, କୁନାଲ ଦାସ, ଶିବ ସାହୁ ରୋଗୀମାନଙ୍କୁ ରକ୍ତ ଦେବାରେ ସାହାଯ୍ୟ କରିଥିଲେ । ଯୁବଗୋଷ୍ଠୀ ହେଉଛନ୍ତି ଦେଶର ଶକ୍ତି ଯଦି ସେମାନେ ଚାହିଁବେ ତେବେ ରକ୍ତର ଅଭାବ ଦୂର କରିପାରିବେ ବୋଲି ଶ୍ରୀ ଦାଶ ଅନୁରୋଧ କରିବା ସହିତ ସମସ୍ତ ରକ୍ତଦାତାଙ୍କୁ ସାଧୁବାଦ ଜଣେଇଛନ୍ତି ।

jayashree
Leave A Reply

Your email address will not be published.