oom

ଜେକେ ଜୁନିଅର କଲେଜରେ ଯୁବ ଦିବସ ପାଳନ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା ଶାଖା ଆନୁକୂଲ୍ୟରେ ଜାନୁଆରୀ ୧୨ତାରିଖ ସ୍ୱାମୀ ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । କୋଭିଡ ନିୟମ ଅନୁପାଳନ ପୂର୍ବକ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜୁନିଅର କଲେଜ ପରିସରରେ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସ୍ୱେଚ୍ଛାସେବୀ ବୃନ୍ଦ ରାଷ୍ଟ୍ର ନିର୍ମାଣରେ ନିଜକୁ ନିୟୋଜିତ କରିବା ପାଇଁ ସଂକଳ୍ପ ନେଇଥିଲେ । ପରେ ଏକ ସଂକ୍ଷିପ୍ତ ସଭାରେ ସ୍ୱାମୀଜୀଙ୍କ ସ୍ମୃତିଚାରଣ ପୂର୍ବକ ରାଷ୍ଟ୍ରୀୟ ଯୁବ ଦିବସର ଗୁରୁତ୍ୱ ସମ୍ପର୍କରେ ଉପସ୍ଥିତ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଆଲୋଚନା କରି ଭାରତର ପୁନଃନିର୍ମାଣରେ ଏକ ସଶକ୍ତ ପ୍ରତିବଦ୍ଧ ଏବଂ ନିଷ୍ଠାପର ଯୁବଶକ୍ତିର ଆବଶ୍ୟକତା ଅଛି ବୋଲି ମତ ଦେଇଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନୀଳାମ୍ବର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସ୍ୱେଚ୍ଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ ଓ ରେଡ଼କ୍ରସ ଅଫିସର ଅଧ୍ୟାପକ ଗିରିରାଜ ଗହିର ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରନ୍ଥପାଳ ଚିନ୍ମୟ ରଣା, କ୍ରୀଡା ଶିକ୍ଷକ ଲଳିତ ଦାସ, କିରାଣୀ ଚନ୍ଦନ ରଣା, ପାଣ୍ଡଵ ହରିଜନ, ରେଡ ରିବନ କ୍ଲବର ଛାତ୍ରୀ ବୃନ୍ଦ ତଥା ଅନ୍ୟାନ୍ୟ କର୍ମଚାରୀ ସହାୟତା କରିଥିଲେ ।

jittmm
Leave A Reply

Your email address will not be published.