csstore

ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟଠାରେ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଲୟର ନିର୍ଦ୍ଦେଶ କ୍ରମେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁଗ ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସଭାରେ ନେହେରୁ ଯୁବ କେନ୍ଦ୍ରର ଲେଖା ଓ କାର୍ଯ୍ୟକ୍ରମ ସହାୟକ ବିପିନ ବିହାରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ମନୋରଂଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଭାରତକୁ ବିଶ୍ଵଗୁରୁର ସ୍ୱପ୍ନକୁ ସାକାର କରିବା ପାଇଁ ଆଜିର ଯୁବପିଢ଼ି ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଏନ୍‌ଏସ୍‌ଏସ୍‌ ଅଧିକାରୀ ପ୍ରଫେସର ଅଜିତ କୁମାର ଭୋଇ, ସରକାରୀ ମହିଳା ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ.କୌତୁକ ପନ୍ଦର ଯଥାକ୍ରମେ ସାମ୍ମନିତ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ଵାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ ଓ ସାଧନା ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ର ଗଠନ ଓ ବିକଶିତ ଭାରତ ପାଇଁ ଯୁବପିଢ଼ିଙ୍କ କର୍ତ୍ତବ୍ୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ପ୍ରସାରିତ କରାଯାଇଥିଲା । ଜିଲ୍ଲା ଓଡ୍ରାପ୍ଟର ଡିଆର୍‌ଆର୍‌ ବିକାଶରଞ୍ଜନ କରଙ୍କ ନେତୃତ୍ଵରେ ଆସିଥିବା ଓଡ୍ରାପ୍ଟ ଅଧିକାରୀମାନେ ପ୍ରାକୃତିକ ବିର୍ପ୍ୟୟ ସମୟରେ ନିଜକୁ ତଥା ଅନ୍ୟମାନଙ୍କୁ କିପରି ସହାୟତା ପ୍ରଦାନ କରାଯାଇ ପାରିବ ସେ ସମ୍ପର୍କରେ ଛାତ୍ରୀମାନଙ୍କୁ ବିଭିନ୍ନ କୌଶଳ ଉପରେ ବୁଝାଇଥିଲେ । ସଭାକାର୍ଯ୍ୟ ପୂର୍ବରୁ ସଡ଼କ ସୁରକ୍ଷା ସଚେତନତା ପାଇଁ ଛାତ୍ରୀମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରା କରାଯାଇଥିଲା । କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ବଳିଆର ସିଂ ବସ୍ତିଆ, ଶମ୍ଭୁ ପ୍ରସାଦ ଘିବେଲା, ଦୁଃଖୀଶ୍ୟାମ ମଲ୍ଲିକ, ସଙ୍କେତ ସାହୁ, ଆଶିଷ ସାହୁ, ପ୍ରମୋଦ କୁମାର ବେହେରା, ସଞ୍ଜୟ ସେଠ, ସତ୍ୟନାରାୟଣ ହୋତା ପ୍ରମୁଖ ସହଯୋଗ କରିଥିଲେ । ଉପସ୍ଥାପିକା ଐଶର୍ଯ୍ୟା ଦାସ ମଞ୍ଚ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.