pakka

୧୮ତମ ଚନ୍ଦ୍ରକାନ୍ତି ମେମୋରିଆଲ୍‌ ବାର୍ଷିକ କ୍ରୀଡା

bbehera

ପୁଇଁତଲା, (କେପିଏନ୍‌ଏସ୍‌) : ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାଠାରେ ଅଠରତମ ଚନ୍ଦ୍ରକାନ୍ତି ମେମୋରିଆଲ୍‌ ବାର୍ଷିକ କ୍ରୀଡାର ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଉତ୍ସବର ଲକ୍ଷ୍ୟ ତଥା ବିବରଣୀ ପାଠ କରିଥିଲେ । ଆଠଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ କ୍ରୀଡା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଅଭିବୃଦ୍ଧି ପାଇଁ ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ । ପୁଇଁତଲା ବ୍ଲକ ଉପାଧ୍ୟକ୍ଷା ତଥା ବାନ୍ଧପଡା ପଂଚାୟତର ସମିତି ସଭ୍ୟା ନୀରିମା ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନ୍ତର୍ନିହିତ ଗୁଣର ବିକାଶ, ପରିବେଶକୁ ସ୍ଵଚ୍ଛ ରଖିବା ଉପରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ମୋ ସ୍କୁଲ ଅଭିଯାନର ସଭାପତି ମୋହନ ପଧାନ ସଭାରେ ଉପସ୍ଥିତ ରହି ପୁରସ୍କାର ବିତରଣ ଉତ୍ସବରେ ସହଯୋଗ କରିଥିଲେ । ବିଦ୍ୟାଳୟର ପବିତ୍ର ମୋହନ ପଧାନ, ହରିବୋଲ ପଧାନ ତଥା ସୁଧୀର ଅମାତ ସଭାକାର୍ଯ୍ୟରେ ସହଯୋଗ କରିଥିଲେ । ବାଳକ ଓ ବାଳିକା ବର୍ଗରେ ଆଠଟି ଲେଖାଏଁ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିଥି ବୃନ୍ଦ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କୁ ମେଡାଲ ସହ ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ । ବାଳିକା ବିଭାଗରେ ଦୀପାଞ୍ଜଳି ଷାଣ୍ଢ ଓ ବାଳକ ବିଭାଗରେ ଦୀପକ ପୁଟେଲ ବିଜୟୀ ହୋଇ ଚମ୍ପିୟାନ ଟ୍ରଫି ଅତିଥିମାନଙ୍କଠାରୁ ଗ୍ରହଣ କରିଥିଲେ । ସଭାଶେଷରେ ଅଜିତ କୁମାର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

three × 2 =