csstore

ଶ୍ରୀ ରାମକୃଷ୍ଣ ଆଶ୍ରମରେ ଜାତୀୟ ଯୁବ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ଶ୍ରୀ ରାମକୃଷ୍ଣ ଆଶ୍ରମ ମଟୋଗଣ୍ଡା ଶାଖାଠାରେ ଜାତୀୟ ଯୁବ ଦିବସ ତଥା ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଆଶ୍ରମର ସଂପାଦକ ସ୍ଵାମୀ ଅଶୋକାନନ୍ଦଜୀ ମହାରାଜଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ପ୍ରଥମେ ମଟୋଗଣ୍ଡା ବିବେକାନନ୍ଦ ବିଦ୍ୟାପୀଠ, ବିବେକାନନ୍ଦ ପବ୍ଳିକ ସ୍କୁଲ, ହରଗୌରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଆଶ୍ରମ ଗାଡି ଚାଳନା ଶିକ୍ଷା କେନ୍ଦ୍ରର ଯୁବକ, ଆଦିବାସୀ ଛାତ୍ରାବାସର ଛାତ୍ର ଓ ଆଶ୍ରମର ସମସ୍ତ କର୍ମଚାରୀମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପରେ ଆଶ୍ରମର ବିବେକାନନ୍ଦ ସ୍ମାରକୀ ଗୃହରେ ଆୟୋଜିତ ଏକ ଆଧ୍ୟାତ୍ମିକ ସଭାରେ ମୁଖ୍ୟ ଅତିଥି ଭାବେ କରଲାପଡା ପିଏସ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତପନ କୁମାର ରଥ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ ତ୍ରିପାଠୀ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ଯୁବ ସମାଜ ପ୍ରତି ଆହ୍ୱାନ ଓ ଭାରତ ବର୍ଷର ପ୍ରଗତି ପାଇଁ ସେମାନଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ । ଆଶ୍ରମର ଅନ୍ନଦା ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବଟ କିଶୋର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵାମୀ ଧିରେଶାନନ୍ଦ, ସ୍ଵାମୀ ବିରେଶାନନ୍ଦ, ସ୍ଵାମୀ ଶୁକଦେବାନନ୍ଦ, ସ୍ଵାମୀ ପୁରୁଷୋତ୍ତମାନନ୍ଦ, ବିବେକାନନ୍ଦ ପବ୍ଳିକ ସ୍କୁଲ ଅଧ୍ୟକ୍ଷ ସୁରେନ୍ଦ୍ର ମହାଖୁଡ ସମେତ ସମସ୍ତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.