ମିଶ୍ରଣ ପର୍ବରେ କଂଗ୍ରେସ ଜୋନ ସଭାପତିଙ୍କ ନେତୃତ୍ୱରେ ୫୦ରୁ ଅଧିକ ବିଜେଡିରେ ଯୋଗଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଲରମ୍ଭା ଗ୍ରାମ ବାଘପଡାଠାରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କ ଅଧ୍ୟକ୍ଷତାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିାଲ । ସମ୍ମାନୀୟ ଅତିଥି ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ବିସେଶ୍ୱରୀ ବରିହା, ପ୍ରଭୁଲାଲ ବରିହା, ନିଲାମ୍ବର ସାହୁ ଉପସ୍ଥିତ ଥିବା ବେଳେ ଦଳୀୟ ଜିଲ୍ଲା ସଂମ୍ପୀଦକ ତଥା ତମିଆଁ ସମିତି ସଭ୍ୟ ଗୋବିନ୍ଦ ମେହେର ସଭା ପରିଚାଳନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳର ୧୪ ନମ୍ବର ଜୋନ ସଭାପତି ତଥା ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ଭୁଏ ଓରଫ କାଲୁଙ୍କ ନେତୃତ୍ବରେ ୫୦ରୁ ଅଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦାନ ଦେଇଛନ୍ତି । ଶ୍ରୀ ଭୁଏ ଜଣେ ୧୪ ନମ୍ବର ଜୋନର ଟାଣୁଆ ନେତା ସହ କଂଗ୍ରେସ ଦଳର ସଂଗଠକ ଏବଂ ୨୦୧୭ରେ ଉକ୍ତ ଜୋନରେ କଂଗ୍ରେସ ଦଳ ତରଫରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ।

Leave A Reply

Your email address will not be published.

1 + 20 =