ମହିଳା ପୋଲିସ ଅଧିକାରୀ କଳଙ୍କିତ କଲେ ଖାକି ପୋଷାକ, ୫୦ ହଜାର ଲାଞ୍ଚ ନେବା ବେଳେ କ୍ରାଇମ ବ୍ରାଞ୍ଚ ଗିରଫ କଲା

କାନପୁର : ଗତ ରାତିରେ କ୍ରାଇମବ୍ରାଞ୍ଚ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କାନପୁର କମିଶନର ପୋଲିସର ଅତିରିକ୍ତ ଡିସିପି ପୋଷ୍ଟରେ ଥିବା ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ । ଅଭିଯୋଗ ହୋଇଛି ଯେ, ମହିଳା ଅଧିକାରୀ କୋଟୱାଲିରେ ପୋଷ୍ଟ ହୋଇଥିବା ହୋମଗାର୍ଡଙ୍କ ସହ ଏକ ସେକ୍ସ ରାକେଟର ସୂଚନା ପାଇ ଏକ ଘର ଉପରେ ଚଢ଼ାଉ କରି ଜାଲାଉନର ଦୁଇ ବ୍ୟବସାୟୀଙ୍କୁ ଘଟଣାସ୍ଥଳରୁ ଗିରଫ କରି ବନ୍ଧକ ରଖିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ସେ ଉଭୟ ବ୍ୟବସାୟୀଙ୍କୁ ପ୍ରାୟ ତିନି ଘଣ୍ଟା ଧରି ତାଙ୍କ କାରରେ ବସାଇ ସହରରେ ବୁଲାବୁଲି କରିବା ସହ ୧୫ ଲକ୍ଷ ଟଙ୍କା ମାଗିଥିଲେ । କୌଣସି ପ୍ରକାରେ, ଉଭୟ ବ୍ୟବସାୟୀ ମହିଳା ଅଧିକାରୀଙ୍କ କବଳରୁ ମୁକ୍ତ ହୋଇ ପୋଲିସ କମିଶନରଙ୍କୁ ଭେଟି ପୁରା ଘଟଣା ବିଷୟରେ ଅବଗତ କରାଇଥିଲେ । ଏହା ପରେ ପୋଲିସ କମିଶନର କ୍ରାଇମ ବ୍ରାଞ୍ଚ ଲଗାଇ ଲାଞ୍ଚ ନେବା ବେଳେ ମହିଳା ପୋଲିସ ଅଧିକାରୀଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.

2 − one =