jsm

ଆନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ

csstore

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମୁଖ୍ୟ ଡ.ଟେମରାମ ଦେହେରିଙ୍କ ତତ୍ୱାବଧାନରେ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୁଡ଼ିକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଲଖନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଡ.ଦୁର୍ଗା ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୋଗ କାର୍ୟ୍ୟକ୍ରମରେ ଯୋଗ ଶିକ୍ଷକ ଶ୍ୟାମ କୁମାର ଶାହା ଯୋଗର ବିଭିନ୍ନ ମୁଦ୍ରା ସହ ପ୍ରଶିକ୍ଷଣ ପ୍ରଦାନ କରଥିଲେ । କାର୍ଯ୍ୟକ୍ରମରେ ଲଖନପୁର ସରପଞ୍ଚ ସତ୍ୟ ଭୂଷଣ ସାହୁ, ସଚ୍ଚିଦାନନ୍ଦ ମେହେର, ସୋମନାଥ ବେହେରା, ଆଶା କର୍ମୀ ପ୍ରେମିଶିଲା ଗୌଡ଼, ବିଷ୍ଣୁପ୍ରିୟା ଦାଶ, ମହିଳା ସ୍ୱାସ୍ଥ୍ୟ କର୍ମୀ ନନ୍ଦିନୀ ସୁନା, ଆୟୁଷ ଡା. ନମିତା ମିଶ୍ର ଓ ସ୍ଥାନୀୟ ଏଆରବି ଯବାନ ସମେତ ଅନ୍ୟାନ୍ୟ ଜନସାଧାରଣ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । କାର୍ଯ୍ୟକ୍ରମକୁ ସ୍ଥାନୀୟ ଫାର୍ମାସିଷ୍ଟ ରୋହିତ କୁମାର ସାହୁ ପରିଚାଳନା କରିଥିଲେ । ଡୁଙ୍ଗୁରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଫାର୍ମାସିଷ୍ଟ ସସ୍ମିତା ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକ ଶ୍ୟାମ କୁମାର ଶାହା ଯୋଗ ଦେଇ ଉପସ୍ଥିତ ଜନ ସାଧାରଣଙ୍କୁ ଯୋଗାଭ୍ୟାସ କରାଇଥିଲେ ।

ସେହିପରି ଉତ୍ତମ ଉପକେନ୍ଦ୍ର ଠାରେ ସିଏଚଓ ସତ୍ୟ ପ୍ରକାଶ ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ ଯୋଗାଭ୍ୟାସ ଶିବିରରେ ଶିକ୍ଷକ ଶ୍ୟାମ କୁମାର ଶାହା ଯୋଗ ଦେଇଥିବା ବେଳେ ଆଶା କର୍ମୀ ଅହଲ୍ୟା ସେଠ, ବେଦମତି ଭୁଏଙ୍କ ସମେତ ଜନ ସାଧାରଣ ଉପସ୍ଥିତ ଥିଲେ । ସେହିପରି ଲେଥେର ଉପକେନ୍ଦ୍ର ଠାରେ ସିଏଚଓ ଇନ୍ଦିରା ପ୍ରିୟଦର୍ଶିନୀ ସାମନ୍ତରାୟ, ବାଞ୍ଜିପାଲି ଉପକେନ୍ଦ୍ର ଠାରେ ସିଏଚଓ ହୃଦକାନ୍ତି ସୁନା, କୁମ୍ଭୋ ଉପକେନ୍ଦ୍ର ଠାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଛବିରାଣୀ ନେଗୀ, ଝାରପାଲି ଉପକେନ୍ଦ୍ର ଠାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଯୁକ୍ତା ଷଡ଼ଙ୍ଗୀ, ରୁଚିଦା ଉପକେନ୍ଦ୍ର ଠାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଅହଲ୍ୟା ଜେନା ପ୍ରମୁଖଙ୍କ ସଂଯୋଜନାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା ।

yuvodaya
Leave A Reply

Your email address will not be published.