pakka

କିଶାନ ଏବଂ ଯୁବକମାନଙ୍କ ସମନ୍ୱୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ କଂଗ୍ରେସ ସୋସିଆଲିଷ୍ଟ ଫୋରମ୍‌ର ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ସ୍ଥିତ ଯାଦବ ଭବନଠାରେ କଂଗ୍ରେସ ସୋସିଆଲିଷ୍ଟ ଫୋରମ୍‌ର ଓଡ଼ିଶା ପାଇଁ ପ୍ରଥମ ଗଣତନ୍ତ୍ର ବଂଚାଅ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୁବନେତା ଆକାଶ ମିଶ୍ରଙ୍କ ସଭାପତିତ୍ୱରେ ବଲାଙ୍ଗିର, ସମ୍ବଲପୁର, ସୋନପୁର ଆଦି ଜିଲ୍ଲାରୁ ପ୍ରାୟ ୫୦ରୁ ଅଧିକ ଯୁବ ସଂଗଠନର ସଂଗଠକମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏବଂ ବରିଷ୍ଠ ସୋସିଆଲିଷ୍ଟ ପ୍ରଶାନ୍ତ ଭୋଇଙ୍କ ଦ୍ୱାରା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଉପରେ ମାଲ୍ୟାର୍ପଣ ପରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ସର୍ବପ୍ରଥମେ ସଭାପତି ଶ୍ରୀ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କଂଗ୍ରେସ ସୋସିଆଲିଷ୍ଟ ଫୋରମ୍‌ର ବଲାଙ୍ଗିର ଜିଲ୍ଲା ସହିତ ପଶ୍ଚିମ ଓଡ଼ିଶା ପାଇଁ ବର୍ଦ୍ଧିତ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ରାଜ୍ୟ ସଦସ୍ୟ ସରୋଜ ଶତପଥୀ ତାଙ୍କ ଭାଷଣ ମାଧ୍ୟମରେ ଫୋରମ୍‌ ଗଠନର ଆଭିମୁଖ୍ୟ ଏବଂ ଗାନ୍ଧୀ, ଲୋହିଆ, ଜୟପ୍ରକାଶଙ୍କ କୃଷକ, ଶମିକ ଓ ଛାତ୍ର ସଂଗଠନ, ବେକାରୀ ଆଦି ସମସ୍ୟାର ସମାଧାନ ଉପରେ ଆଲୋଚନା କରିଥିଲେ । ସେଭଳି ଯୋଗଦାନ କରିଥିବା ବିଭିନ୍ନ ସଂଗଠନର ସଂଗଠକ ତଥା ସୋସିଆଲିଷ୍ଟମାନେ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ଆବାହକ ମଧୁସୂଦନ କ୍ଷେତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × five =