pakka

ମହିଳା ମହବିଦ୍ୟାଳୟରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଶିବିର

l2

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଏନଏସଏସ ଓ ରେଡକ୍ରସର ମିଳିତ ଆନୁକୁଲ୍ୟରେ “ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ” ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପତଞ୍ଜଳି ଯୋଗ ଶିବିରର ପ୍ରଶିକ୍ଷକ ସୁଦାମ ସାହୁ ଯୋଗଦେଇ ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଏ ଅବସରରେ ଯୋଗଗୁରୁ ପ୍ରମୋଦ କୁମାର ସ୍ୱାଇଁ, ନବୀନ କୁମାର ତ୍ରିପଠୀ, ପୱନ୍ ପାଣିଗ୍ରାହୀ, ଆଶୋକ କୁମାର ପଣ୍ଡା, କୃଷ୍ଣ ଚନ୍ଦ୍ର ମେହେର, ବିଜୟ ଗୁପ୍ତା ଏବଂ ଓମ୍ ପ୍ରକାଶ ଅଗ୍ରୱାଲ ସାମିଲ ହୋଇଥିଲେ । ଛାତ୍ରୀମାନେ ଅତିଥିମାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିବା ସହ ଅଧ୍ୟକ୍ଷା ଅତିଥିମାନଙ୍କୁ ଉପଢୈ।କନ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଯୋଗାଭ୍ୟାସ ସମ୍ବନ୍ଧୀୟ ଅନେକ କିଛି ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକ, କର୍ମଚାରୀ, ଏନଏସଏସ ଓ ରେଡକ୍ରସର ସ୍ଵେଚ୍ଛାସେବୀ ଦୀର୍ଘ ସମୟ ଧରି ଯୋଗ ଅଭ୍ୟାସ କରିଥିଲେ । ପ୍ରୋଗ୍ରାମ ଅଫିସର ସୁନୀଲ କୁମାର ନନ୍ଦ ସମସ୍ତ କାର୍ଯ୍ୟ ତୁଲାଇଥିଲେ । ପରିଶେଷରେ ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

pp
Leave A Reply

Your email address will not be published.

nine + eleven =