pakka

ଓଡ଼ିଶା ମାଟିର ସୁପୁତ୍ରୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

bbehera

ନୂଆଦିଲ୍ଲୀ : ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ଓଡ଼ିଶା ମାଟିର ସୁପୁତ୍ରୀ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ । ଏହି ଖବର ପ୍ରଚାର ହେବା ପରେ ଓଡ଼ିଶାରେ ଖୁସିର ଲହରି ଖେଳି ଯାଇଛି । ଓଡ଼ିଆ ଝିଅ ଆଜି ଦେଶର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ପୂର୍ବରୁ ଦ୍ରୌପଦୀ ମୁର୍ମୁ ଦୁଇ ଦୁଇ ଥର ରାଇରଙ୍ଗପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡ଼ି-ବିଜେପି ମିଳିତ ସରକାର ସମୟରେ ଓଡ଼ିଶାର ମନ୍ତ୍ରୀ ଭାବରେ କାମ କରିଥିଲେ । ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ ଦ୍ରୌପଦୀ । ଆଜି ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି ।

Leave A Reply

Your email address will not be published.

18 + 19 =