pakka

୮ମ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଘନିପୂର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଡବେଗୁନିଆପଡା ପରିସରରେ ମଙ୍ଗଳବାର ସକାଳ ୭ଟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ଟେଲେକଚୂଆଲ କ୍ଲବ, ଘୋରଡିଆ ପକ୍ଷରୁ ୮ମ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଯୋଗ ଶିବିରରେ ଯୋଗ ଶିକ୍ଷକ ପଙ୍କଜ ବେହେରା ଯୋଗ ଦେଇ ବିଭିନ୍ନ ପ୍ରକାର ଯୋଗ ପ୍ରଶିକ୍ଷଣ ଦେବା ସହିତ ଯୋଗର ମହତ୍ଵ ଓ ଏହାର ଉପକାରିତା ଉପରେ ଆଲୋକପାତ କରିଥିଲେ । ଏହି ଯୋଗ ଶିବିରର ଆୟୋଜକ/ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ନିଜେ ଯୋଗ କରିବା ସହିତ ଯୋଗ ଆମକୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବାରେ ସହାୟକ ହୋଇଥାଏ, ସମସ୍ତଙ୍କୁ ଦୈନିକ ଯୋଗ ଅଭ୍ୟାସ କରିବାକୁ ସେ ପରାମର୍ଶ ଦେଇଥିଲେ । ଏଥିରେ ସମାଜସେବୀ ହେମନ୍ତ ବେହେରା ଓ ହପିନା ଜେନା ସହଯୋଗ କରିଥିଲେ । ଏହି ଶିବିରରେ ୫୦ଜଣ ଯୋଗ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

three × five =