ପଞ୍ଚ ଦିବସୀୟ ବିଶାଳ ଯୋଗ ସାଧନା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପତଞ୍ଜଳି ପରିବାର ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ କୋଶଳ କଳାମଣ୍ଡଳ ଠାରେ ଆସନ୍ତା ୨୨ ମାର୍ଚ୍ଚରୁ ୨୬ ମାର୍ଚ୍ଚ ମଧ୍ୟରେ ହେବାକୁ ଥିବା ବିଶାଳ ଯୋଗ ଶିବିର ଆୟୋଜନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କୋଶଲ କଳାମଣ୍ଡଳ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଯୋଗ ଋଷି ସ୍ୱାମୀ ରାମଦେବଜୀ ମହାରାଜଙ୍କ ପରମ ଶିଷ୍ୟ, ଭାରତ ସ୍ୱାଭିମାନ କେନ୍ଦ୍ରୀୟ ପ୍ରଭାରୀ, ସ୍ୱାମୀ ପରମାର୍ଥଦେବଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟରେ ୫ ଦିନ ବ୍ୟାପୀ ଯୋଗ, ଆସନ, ପ୍ରାଣାୟମ ଉପରେ ବିଶେଷ ପ୍ରଶିକ୍ଷଣ ଦିଆଯିବ ବୋଲି ଭାରତ ସ୍ୱାଭିମାନ ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ ଯୋଗଦାନ କରି ପ୍ରେସ ବାର୍ତ୍ତା ରଖିଥିଲେ । ଆସନ୍ତା ୫ ଦିନ ବଲାଙ୍ଗିର ଯୋଗମୟ ହେବ ବୋଲି ଯୋଗ ସମିତି ରାଜ୍ୟ ପ୍ରଭାରୀ ରାଧା ମାଧବ ବହିଦାର କହିଥିବା ବେଳେ, ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ରଘୁନାଥ ଷଡଙ୍ଗୀ ସମସ୍ତଙ୍କୁ ଯୋଗଦାନ କରିବା ପାଇଁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମକୁ ଯୁବ ପ୍ରଭାରୀ ଜ୍ୟୋତି ପ୍ରକାଶ ସାହୁ ସଂଯୋଜନା କରିଥିବା ବେଳେ ଯୋଗ ସମିତି ଜିଲ୍ଲା ପ୍ରଭାରୀ ଅଶୋକ ଅଗ୍ରୱାଲ, କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର ଅଗ୍ରୱାଲ, ମହିଳା ପ୍ରଭାରୀ ସୁଜାତା ଦିଶ୍ରୀ, ନିିହାରିକା ଭଉଣୀ, ଶିବରାମ ପଣ୍ଡା, ରାମ ସାହୁ ପ୍ରଭୃତି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.