pakka

ପୁଅ ମାଡ଼ରେ ଗଲା ବାପାଙ୍କ ଜୀବନ

bbehera

ଅନୁଗୋଳ : ଅନୁଗୋଳ ବନ୍ତଳା ଥାନା ନୂଆଁସାହି ଗାଁରେ ଅଘଟଣ । ପୁଅ ମାଡରେ ବାପାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ । ନୂଆସାହି ଗାଁରେ ବାପ-ପୁଅଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ପୁଅ ରାଗି ଯାଇ ବାପାଙ୍କୁ ମାଡ ମାରିଥିଲା । ଯେଉଁଥିରେ ବାପା ବିପ୍ରବର ଭୋଇଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ହତ୍ୟାକାଣ୍ଡ ପରେ ପୁଅ ବଳରାମ ଭୋଇ ଘଟଣାସ୍ଥଳରୁ ଫେରାର ମାରିଥିବା ଜଣା ପଡିଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

Leave A Reply

Your email address will not be published.

10 + four =