pakka

ବଲାଙ୍ଗିର କଂଗ୍ରେସକୁ ବଡ଼ ଝଟ୍‌କା : କଂଗ୍ରେସ ଦଳ ଛାଡ଼ିଲେ ବିଧୁଭୂଷଣ ତ୍ରିପାଠୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ବଲାଙ୍ଗିର କଂଗ୍ରେସକୁ ବଡ଼ ଝଟ୍‌କା । କଂଗ୍ରେସ ଦଳ ଛାଡ଼ିଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ, ଏଆଇସିସି ମେମ୍ବର ତଥା ପିପିସି ମେମ୍ବର ବିଧୁଭୂଷଣ ତ୍ରିପାଠୀ । ଆଜି ଅପରାହ୍ନରେ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଘୋଷଣା କରିଛନ୍ତି ବିଧୁଭୂଷଣ । ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଦଳରେ ଯେଉଁ କାର୍ଯ୍ୟକର୍ତ୍ତାମାନେ ଲହୁଲୁହ ଦେଇ କାର୍ଯ୍ୟକ୍ରମ କରୁଛନ୍ତି, ସେମାନଙ୍କୁ ଅଣଦେଖା କରାଯାଉଛି । ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ପକ୍କା ବଲାଙ୍ଗିରିଆ ନାରା ଦେଉଥିବା ବେଳେ ଜଣେ ବାହାର ବ୍ୟକ୍ତିଙ୍କୁ କଂଗ୍ରେସ ସାଂସଦ ଟିକେଟ୍‌ ପ୍ରଦାନ କରାଯାଇଛି । କଂଗ୍ରେସ ଦଳ ପକ୍ଷରୁ ସାଂସଦ ପ୍ରାର୍ଥୀ ହୋଇଥିବା ବ୍ୟକ୍ତିଙ୍କ ଦୂର ଦୂର ପର୍ଯ୍ୟନ୍ତ ରାଜନୀତି ସହ କୌଣସି ସଂପର୍କ ନଥିବା ବେଳେ ସେ ବଲାଙ୍ଗିର କିମ୍ବା ସୋନପୁରର ବ୍ୟକ୍ତି ନୁହନ୍ତି । ସେ ସମ୍ବଲପୁରରୁ ଆସି ବଲାଙ୍ଗିରରେ ନିର୍ବାଚନ ଲଢ଼ୁଛନ୍ତି । ବିଧୁଭୂଷଣ କ୍ଷୋଭର ସହ ପ୍ରକାଶ କହିଛନ୍ତି ଯେ, ବଲାଙ୍ଗିରରେ କୌଣସି ବି ଉନ୍ନତିମୂଳକ କାମ ହେଲେ ସମ୍ବଲପୁର ବିରୋଧ କରି ଆସୁଥିବା ବେଳେ ସମ୍ବଲପୁରର ଜଣେ ଅଭିନେତାଙ୍କୁ ସାଂସଦ ଭାବେ ଦଳ ପକ୍ଷରୁ ଟିକେଟ୍‌ ଦିଆଯିବା ଅତ୍ୟନ୍ତ ପରିତାପର ବିଷୟ । ବଲାଙ୍ଗିରରେ କଂଗ୍ରେସ ଦଳ ଆଉ ଦଳ ହୋଇ ନାହିିଁ, ଏହା ବ୍ୟକ୍ତି କୈନ୍ଦ୍ରିକ ହୋଇ ସାରିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଧୁଭୂଷଣ ।

jay balangir
Leave A Reply

Your email address will not be published.

15 − two =