୧୪୫ତମ ଶହୀଦ ବିର୍ସା ମୁଣ୍ଡା ଜୟନ୍ତୀ

csstore

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଜିଲ୍ଲା କନ୍ଧ ସମାଜ ଯୁବ ସଙ୍ଗଠନ ବଲାଙ୍ଗୀରର ବଙ୍ଗୋମୁଣ୍ଡା ବ୍ଳକ ଜମିଦାରପଡ଼ା ମାଁ ଜାଡ଼େନ୍ ପିଠ ଠାରେ ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୫ତମ ଜୟନ୍ତୀ ପାଳନ ହୋଇଥିଲା । ଉକ୍ତ ସମାରୋହରେ ମୁଖ୍ୟତ କୋଭିଡ଼-୧୯ କୁ ଆଖି ଆଗରେ ରଖି ସାମାଜିକ ଦୂରତା ରକ୍ଷା କରାଯାଇ ଉପସ୍ଥିତ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଜୟନ୍ତୀ ପାଳନ କରାଗଲା । ଉକ୍ତ ସମାରୋହରେ ଜିଲ୍ଲା ଯୁବ କନ୍ଧ ସମାଜ ସଭାପତି ସୁରେଶ ଭୋଇ, ଉପସଭାପତି ଧନେଶ୍ୱର ମାଝୀ, ସଂପାଦକ ଡିଙ୍ଗର ଭୋଇ, କୋଷାଧ୍ୟକ୍ଷ ଡମ୍ବରୁଧର କୁଅଁର, ସଂଗଠକ ଦୈତାରି ଭୋଇ ତଥା ବଙ୍ଗୋମୁଣ୍ଡା ବ୍ଳକ ସଭାପତି ବ୍ରଜ କିଶୋର ଭୋଇ, ସମ୍ପାଦକ କୁଳଦିପ ମାଝୀ, ତୁରେକେଲା ବ୍ଳକ ସଭାପତି ଜୟ ଗୋପାଳ ଭୋଇ, ଟିଟିଲାଗଡ ନଗର ସଭାପତି ସୁରେଶ ଭୋଇ, ବ୍ଳକ ସଭାପତି ଉମାକାନ୍ତ ଭୋଇ, ସଇନ୍ତଲା ବ୍ଳକ ସଭାପତି ଦୁର୍ଗା ସିଂ ମାଝୀ, ଉପସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ଖୁସିରାମ ଜାନୀ, ମୁରିବାହାଲ ବ୍ଳକ ସଭାପତି ଦୁସିମଣୀ ପ୍ରଧାନୀ, ସମ୍ପାଦକ ଗୋପାଳ ସିଂ ଭୋଇ ଓ ନାରୀ ନେତ୍ରୀ କିରଣ ଭୋଇ ଓ ବନିତା ପ୍ରଧାନୀ ଉପସ୍ଥିତ ଥିଲେ। ଉକ୍ତ ଜୟନ୍ତୀରେ ବିର୍ସା ମୁଣ୍ଡାଙ୍କ ଜନ୍ମରୁ ଶିକ୍ଷା ଅଧ୍ୟୟନ ଓ ଆଦିବାସୀ ଜନଜାତିର ହକ୍ ଜଙ୍ଗଳ ଜମି ଜଳର କରମୁକ୍ତ ଜମିଦାର ସାହୁକାର ଇଂରେଜ ମାନଙ୍କ ଅତ୍ୟାଚାରରୁ କିପରି ମୁକ୍ତ କରାଇଥିଲେ ସେଥିପ୍ରତି ଜାଗ୍ରୁତ କରାଯାଇଥିଲା ।ଶେଷରେ ଗୁଡ଼ଭେଳା ବ୍ଳକ ସଭାପତି ଚିତ୍ରସେନ୍ ଭୋଇଙ୍କ ସମର୍ଧନାରେ ଜୟନ୍ତି ସମାରୋହ ଶେଷ କରାଯାଇଥିଲା ।

Leave A Reply

Your email address will not be published.