pakka

ପଂଚବଟୀ କାନନରେ ମାସିକ ରଚନା ସଂଧ୍ୟା ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାକ୍ସ ପରିଧାନ ଏବଂ ସାମାଜିକ ଦୂରତା ରକ୍ଷା କରି ଆଜି ଦୀର୍ଘ ଛଅ ମାସ ପରେ ବଲାଙ୍ଗିରର ପଥରଚେପା ନିକଟସ୍ଥ ପଂଚବଟୀ କାନନରେ ମାସିକ ରଚନା ସଂଧ୍ୟା ନୂଆ ରୂପରେ ପୂର୍ବାହ୍ନ ୧୦ଟା ୩୦ରେ ଅନୁଷ୍ଠିତ ହୋଇଯାଇଛି । ଆଜିର ସାରସ୍ବତ ସଭାରେ ଅଧ୍ୟାପକ ଜଗନ୍ନାଥ ସାହୁ ଏବଂ ଅଧ୍ୟାପକ କୌତୁକ ପନ୍ଦର ଆଲୋଚକ ଭାବେ ଯୋଗ ଦେଇ ” ସାଂପ୍ରତିକ ସମୟ ଓ ଆମ ସଂସ୍କୃତି ” ବିଷୟରେ ଆଲୋଚନା କରିଥିଲେ । ବିଶିଷ୍ଟ କବି ନବୀନ ବିଶ୍ବବନ୍ଧୁ ସଭା ପରିଚାଳନା କରିବା ସହ ସଂସ୍କୃତିର ଐତିହ୍ୟ ଉପରେ ସାରଗର୍ଭକ ମନ୍ତବ୍ୟ ଉପସ୍ଥାପନ କରିଥିଲେ । ଆଜିର ସାରସ୍ବତ ସଭାରେ ବଲାଙ୍ଗିରର ଜଣାଶୁଣା ସାହିତ୍ୟିକ ସନାତନ ଠାକୁର, କବି ଭାଗୀରଥି ମିଶ୍ର, ଓମ୍ ପ୍ରଣବ୍ ନାୟକ, କବି ରତ୍ନମୟ ତ୍ରିପାଠୀ ଆଲୋଚନାରେ ଭାଗ ନେଇ ନିଜସ୍ୱ ମତ ରଖିଥିଲେ । ପରେ ‘ରଚନା’ର ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ସଭାର ସ୍ବାଗତ ଭାଷଣ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସହ-ସଂପାଦକ ଲକ୍ଷ୍ମଣ ମେହେର ।

Leave A Reply

Your email address will not be published.

four × one =