csstore

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡ଼ା ପଞ୍ଚାୟତର ରେଙ୍ଗାଲୀ ଉଚ୍ଚ ବିଦ୍ୟାଳୟଠାରେ ନେତାଜୀ ସୁଭାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୁଳମଣୀ ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜସେବୀ ସାମୁଏଲ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଈଶ୍ୱର ହରପାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୁହିିଁ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଫୁଲ୍ଲ ସାହୁ, ଶରତଚନ୍ଦ୍ର ରାଉତ, କୌତୁକ ପଟେଲ, ସତ୍ୟବାସ ପଟେଲ, ଦିଲୀପ ରଣା, ତୀରେନ୍ଦ୍ର ପଧାନ ଓ ଛାତ୍ରୀ ପ୍ରୀତି ସ୍ୱାଇଁ, ଜସ୍ମିନ ନାଗ, ନମ୍ରତା କୁମ୍ଭାର, ଅଞ୍ଜଳି ବାଗ ଓ ପ୍ରିୟଙ୍କା ହରପାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.