
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆମ ଦେଶର ମହାପୁରୁଷ ରାଷ୍ଟ୍ରନାୟକ ତଥା ଅର୍ଥନୈତିକ ସମାଜ ସଂସ୍କାରକ ତଥା ସମ୍ବିଧାନର ନିର୍ମାତା ଭାରତରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅବସରରେ ଟିଟିଲାଗଡ ଛକୋର ଗଙ୍ଗା ଘାସି ମହସମାଜ ତରଫରୁ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରୁ ପ୍ରଥମେ ସଭା କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ଯୋଗଦେଇ ସମସ୍ତଙ୍କ ସହ ମିଶି ସହର ପରିକ୍ରମା କରିଥିଲେ । ଥାନା ଛକରେ ମୁସଲିମ ସମାଜ ପକ୍ଷରୁ ସମସ୍ତଙ୍କୁ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା । ସେହିପରି ଜୟ ଭୀମ ଜୟ ଭୀମ ନାରାରେ ସହର କମ୍ପି ଉଠିଥିଲା । ତେବେ ଏକ ସୁନ୍ଦର ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଣି କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲା ।